ଜିଲ୍ଲା ରେଡ୍ କ୍ରସ୍ ପକ୍ଷରୁ ତହସିଲଦାରଙ୍କୁ ପ୍ରଶଂସା ପତ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଜି ରେଡ୍ କ୍ରସ ଦିବସ ଅବସରରେ ଭାରତୀୟ ରେଡ୍ କ୍ରସ୍ ସୋସାଇଟ୍‌, ଭଦ୍ରକ ଜିଲା ରେଡ୍ କ୍ରସ୍ ଶାଖା ପକ୍ଷରୁ ବନ୍ତ ତହସିଲଦାର ଅଙ୍କିତା ବାରିକଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ସଂଗ୍ରହ ଓ ଜିଲ୍ଲା ରେଡ୍ କ୍ରସ୍ ସୋସାଇଟ୍ ପାଣ୍ଠି ସଂଗ୍ରହରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଶ୍ରୀ ବାରିକଙ୍କୁ ଏହି ପ୍ରଶଂସା ପତ୍ର ମିଳିଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡ୍ କ୍ରସ୍ ପକ୍ଷରୁ ଜିଲ୍ଲା ସଦ୍‌ଭାବନା ସଭା ଗୃହରେ ଆୟୋଜିତ ସଭାରେ ଏ.ଡି.ଏମ୍ କୁଶଳ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ତହସିଲଦାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏଥିପାଇଁ ତହସିଲଦାର ଓ ତାଙ୍କର ସମସ୍ତ କର୍ମଚାରୀ ମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏଥିସହ ବନ୍ତ ବ୍ଲକର ଶିକ୍ଷକ ତଥା ଯୁବ ସମାଜସେବୀ ଗୋପିନାଥ ଦାଶଙ୍କୁ ରେଡ୍ କ୍ରସ୍ ସୋସାଇଟ୍ ପକ୍ଷରୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ