ଯୁବ ଗୋଷ୍ଠୀ ପକ୍ଷରୁ ସ୍ୱଚ୍ଛତା ଅଭିଯାନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ର ମା ତାରିଣୀ ରାଣୀହାଟ ସାହି ଯୁବକ ଗୋଷ୍ଠୀ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର, ନବଗ୍ରହ ମନ୍ଦିର ପରିସର ଓ ବଜାର ପରିସର ସ୍ଵଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ କ୍ରମାଗତ ଭାବରେ ସଫେଇ କରିଛନ୍ତି । ଏହି ସ୍ଵଚ୍ଛ ଭାରତ ଅଭିଯାନ ଫିଡ୍ ବ୍ୟାକ୍ ଫାଉଣ୍ଡେସନ ର ପରିଚାଳକ ପ୍ରକାଶ ପାଣି, ଯୁବଗୋଷ୍ଠୀଙ୍କ ସାଥିରେ ଉପସ୍ଥିତ ରହି ନବଗ୍ରହ ମନ୍ଦିର ପରିସରରେ ବସିଥିବା ଦୋକାନୀ ମାନଙ୍କୁ ପଲିଥିନ୍ ବ୍ୟବହାର ବନ୍ଦ କରିବା ପାଇଁ ଓ ନିଜ ନିଜର ଅଳିଆ ଆବର୍ଜନା କୁ ଏଣେ ତେଣେ ନ ଫୋପାଡି ଡ଼ଷ୍ଟବିନ୍ ବ୍ୟବହାର କରିବା ପାଇଁ ବୁଝାଇଥିଲେ ଏବଂ ପଦଯାତ୍ରା ଓ ସ୍ଲୋଗାନ ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରାଯାଇଥିଲା । ଏହି ସ୍ଵଚ୍ଛ ଭାରତ ଅଭିଯାନ ରେ ୩୦ ରୁ ଅଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଭାପତି ସଞ୍ଜୟ କୁମାର ବେହେରା ଓ ଗୋବିନ୍ଦ ଚନ୍ଦ୍ର ମହାରଣା, ଦୀପକ ବେହେରା, ବ୍ରଜବନ୍ଧୁ ବିଶ୍ଵାଳ, ଅଶୁତୋଷ ବେହେରା, ରମେଶ ଚନ୍ଦ୍ର ବେହେରା, ହରେନ ମାଝୀ, ପ୍ରତାପ ବାରିକ, ଦିଲୀପ ମହାନ୍ତି, ଶ୍ରୀଧର ସାହୁ, ତାପସ ସାହୁ, ସୁନୀଲ ସାହୁ, ରାଜେନ୍ଦ୍ର ଦଳାଇ, ବିଜୟ କହଁର, ପିଙ୍କୁ ରାଉତ, ବଲରାମ ମହାପାତ୍ର, ଚନ୍ଦନ ଓଝା, ସିପୁ ବେହେରା,ନରେନ୍ଦ୍ର ରାଉତ, ସଞ୍ଜୟ ବେହେରା ଓ ଯୁବ ସାମ୍ବାଦିକ ଗଣେଶ ଚନ୍ଦ୍ର ବେହେରା ପ୍ରମୂଖ ରହି ଏହି ସ୍ଵଚ୍ଛ କାର୍ଯ୍ୟକ୍ରମ କରିଥିଲେ ।


