ବିଭିନ୍ନ ସ୍ଥାନରେ ଅବକାରୀ ଚଢଉ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟର କର୍ମଚାରୀ ଓ ଅବକାରୀ କର୍ମଚାରୀମାନଙ୍କ ଦ୍ୱରା ଆର୍.ସୀତାପୁର, ଝାମ୍ପିଗୁଡା ଓ ବର୍ଲଣ୍ଡା ଗ୍ରାମାଞ୍ଚଳରେ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ୨୫୬୦ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୨୧୮ଲିଟର ଚୋରା ଦେଶୀ ମଦକୁ ଜବତ କରିଥିଲେ । ଏତଦ୍ ବ୍ୟତୀତ ମଦ ରନ୍ଧାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ସେହିପରି ପାରଳାଖେମୁଣ୍ଡି ସହରର ଖଞ୍ଜାମାଦିକା ସାହି ଠାରେ ଚଢଉ କରାଯାଇ ଚୋରା ଦେଶୀ ମଦ କାରବାର କରୁଥିବା ଜଣକୁ ଗିରଫ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।