୨ ମୋଟର ସାଇକେଲ ଲୁଟେରାଙ୍କୁ କାବୁ କଲା ପୋଲିସ : ୩ ବାଇକ୍ ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସମ୍ପ୍ରତି ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚୋରି ବୃଦ୍ଧି ପାଇଛି । ବାହାର ଜିଲ୍ଲାର କିଛି ଦୁର୍ବୃତ୍ତ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ  ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଚୋରି, ଲୁଟ ଓ ରାହାଯାନୀ ଭଳି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ସମୟରେ  ବାଇକ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଚଳାଇ ଭଦ୍ରକ ଓ ଯାଜପୁର ଜିଲ୍ଲାର ୨ ବାଇକ ଚୋରକୁ ଧରିବାରେ ସଫଳ ହୋଇଛି । ଗିରଫ ୨ ଲୁଟେରା ହେଲେ ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ଅରୁୱାଲ ଗ୍ରାମର ଏସ କେ ସମିମ ଓ ଭଦ୍ରକ ଜିଲ୍ଲା ଧାମନଗର ଥାନା ମୁସ୍ତାଫାପୁର ଗ୍ରାମର ଏସ କେ ରାଜଉଦ୍ଦିନ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୩ ଟି ବାଇକ ଜବତ କରିବା ସହ କେଶ ନଂ ୨୦୫/୨୨ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରା ଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ