ପାଇଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଶିକ୍ଷା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୮ନମ୍ବର ଜୋନ ଜିଲ୍ଲାପରିଷଦ ତଥା ଜନାରୋଗ୍ୟ କଲ୍ୟାଣ ସମିତିର ଅଧ୍ୟକ୍ଷ ସୁଧୀର କୁମାର ଜେନାଙ୍କ ପୌରୋହିତ୍ୟରେ ଏକ ଦିନିକିଆ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋଗ ଗୁରୁ ଆଇ.ଗୌତମ ପାତ୍ର ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ବେଲଗୁଣ୍ଠା ଓ ଗୋବରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର ବାଲୁଙ୍କେଶ୍ୱର ସଢ଼ଙ୍ଗୀ ଆଜିର ଦିନରେ ସମସ୍ତଙ୍କ ପାଇଁ ଯୋଗ ଏକ ନିହାତି ଆବଶ୍ୟକ କାମ ବୋଲି ମତ ଦେଇଥିଲେ।କାର୍ଯ୍ୟକ୍ରମରେ ଆୟୁଷ ଡକ୍ଟର ସରୋଜ ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ସୁଭ୍ରମନ୍ୟୁ କର, ପାଇଲିପଡ଼ା ନାଏବସରପଞ୍ଚ ସଲିଳା ମହାରଣା, ବାରଟା ବିଦ୍ୟାଳୟ ପରିଚାଳନା କମିଟୀ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଶିକ୍ଷକ ବିଜୟ ସାହୁ, ସରୋଜ ସାହୁ, ଦୀନବନ୍ଧୁ ପ୍ରଧାନ, ସମାଜ ସେବୀ ବଳରାମ ସ୍ୱାଇଁ, ଜଗନ୍ନାଥ ପାତ୍ର, ଶିଶିର ବିଶ୍ୱାଳ, ଟୁକୁନା ସ୍ୱାଇଁ, ୱାର୍ଡ ସଭ୍ୟ ଓ ଅଞ୍ଚଳର କିଛି ଯୁବକ ସାମିଲ ହୋଇଥିଲେ।ଯୋଗ ଗୁରୁ ସପ୍ତାହକୁ ୨ଦିନ ଆସିବାର ବ୍ୟବସ୍ଥା କରାଯିବାକୁ ଜିଲ୍ଲାପରିଷଦ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ