ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଭାଗ ନେଇଥିବା ଅବକାରୀ ବିଭାଗର ଏସ୍ଆଇଙ୍କୁ ଆଉ ୨ଟି ପଦକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-କର୍ଣ୍ଣାଟକର ବାଙ୍ଗଲୁରୁ ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଗଜପତି ଜିଲ୍ଲା ଅବକାରୀ ବିଭାଗର ଏସ୍ଆଇ କିଶୋର ଚନ୍ଦ୍ର ରଥଙ୍କୁ ଆଉ ଦୁଇଟି ଇଭେଣ୍ଟରେ କୃତୀତ୍ୱ ହାସଲ କରିଥିବାର ଜଣାପଡିଛି । ସେ ମୋଟ ୪ଗୋଟି ବିଭାଗରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଏବଂ ୨ଟି କାଂସ ପଦକ ସହ ମୋଟ ୪ଟି ପଦକ ହାସର କରିଛନ୍ତି । ସୂଚନା ଯୋଗ୍ୟ ଯେ, କିଶୋର ଚନ୍ଦ୍ର ରଥ ଏଥି ପୂର୍ବରୁ ଉକ୍ତ ଗେମ୍ସରେ ହାଇଜମ୍ପ ଓ ଲଙ୍ଗଜମ୍ପରେ ତୃତୀୟ ସ୍ଥାନ ହାସଲ କରି କାଂସ ପଦକ ହାତୋଇଥିବା ବେଳେ ୧୦୦ ମିଟର ର୍ୟାଲି ରେସରେ ସ୍ୱର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଟ୍ରିପଲ ଜମ୍ପରେ ରୈପ୍ୟ ପଦକ ପାଇ ଦ୍ୱିତୀୟ ସ୍ଥାନ ହାସଲ କରି ଥିବା ବେଳେ ଲଙ୍ଗଜମ୍ପ ଓ ହାଇ ଜମ୍ପରେ କାଂସ ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ଏପରି ଭାବେ ସେ ମୋଟ ୪ଗୋଟି ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ପାଇଁ ଗୌରବ ଆଣିଦେଇଛି । ସ୍ୱର୍ଣ୍ଣ ଓ ରୈପ୍ୟ ପଦକ ହାସଲ ଖବର ପ୍ରଚାର ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ଏହି ମାଷ୍ଟର ଗେମ୍ସରେ ଦେଶର ୨ହଜାରରୁ ଉର୍ଦ୍ଧ ଖେଳାଳୀ ଭାଗ ନେଇଥିବାବେଳେ ଓଡିଶାରୁ ୨୪ଜଣ ଭାଗ ନେଇଥିବାର ଜଣାପଡିଛି ।