ପାରା ୪୦ଉପରେ : ବୟସ ୭୦ ପାର – କାନ୍ଧେଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ତାପମାତ୍ରା ତଳ ଉପର ହେଉଥିବା ବେଳେ ସର୍ବାଧିକ ୪୦ଡିଗ୍ରୀ ରହିଥିଲା । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିର ପ୍ରକୋପ ଜାରି ରହିଥିଲା । ତେବେ କେତେବେଳେ ମେଘାଛନ୍ନତ କେତେବେଳେ ପ୍ରଖୋର ଖରା ହେଉଥିବାର ଦେଖିବାକୁ ମିଳିଥିଲା । ପାରା ୪୦ପାର କଲେ ମଧ୍ୟ ନିଜ ନାତିନାତୁଣୀଙ୍କୁ ସୁରକ୍ଷିତ ଭାବେ କିପରି ଘରକୁ ବା ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇବେ ତାହାହିଁ ଚିନ୍ତାରେ ଅଭିଭାକ । ଆଜି ଏପରି ଉଦୁ ଉଦିଆ ଖରା ହେଉଥିବା ବେଳେ ଜଣେ ୭୦ବର୍ଷରୁ ଉର୍ଦ୍ଧ ବୟସ୍କର ମୁଣ୍ଡରେ ଚୁଟି ନଥିବା ଏବଂ ପାଦରେ ଚପଲ ପିନ୍ଧିନଥିବା ବୟସ୍କ ଜଣକ ମୁଖ୍ୟରାସ୍ତାରେ ଜଣେ ଶିଶୁଙ୍କୁ କାନ୍ଧରେ ବସାଇ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଥିଲା । ଶିଶୁ ଜଣକର ସୁରକ୍ଷା ଲାଗି ବୟସ୍କ ବ୍ୟକ୍ତି ଜଣକ ସମସ୍ତ ବନ୍ଦୋବସ୍ତ କରି ଦେଇଥିବାର ଦେଖିବାକୁ ମିଳିଥିଲା । ଶିଶୁକୁ କାନ୍ଧରେ ବସାଇ ଚାଲିଚାଲି ଯାଉଥିଲେ ମଧ୍ୟ ତାକୁ ଚଷମା, ପାଦରେ ଚପଲ ସହ ଶୋଷ ମେଣ୍ଟାଇବା ନିମନ୍ତେ କୋଲ୍ଡଡ୍ରିଙ୍କସ ଆଦି ଦେଇଥିଲେ । ଏପରି ଦୃଶ୍ୟ ଦେଖି ପଥଚାରୀମାନେ ଚକିତ ହେବାସହ ଅଜା ହେବ ଏମିତି ବୋଲି ଚର୍ଚ୍ଚା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ