ମୋହନା ବ୍ଲକରେ ପେସା ମୋବିଲାଇଜରଙ୍କ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ପେସା ମୋବିଲାଇଜରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ବ୍ଲକର ୩୯ ଗୋଟି ପଞ୍ଚାୟତର ଗ୍ରାମ ସଭା ମୋବିଲାଇଜର ମାନେ ଉପସ୍ଥିତ ଥିଲେ । ଦୁର୍ଗମ ଅଞ୍ଚଳର ପଞ୍ଚାୟତ ଯଥା ଗରଡମା, ପାଣିଗଣ୍ଡା, କଟାମା ଆଲିଗଣ୍ଡା, ଦମାଦୁଆ, ଡମ୍ବଗୁଡା, ଡେଗେସଖାଲ, ଗୁଲୁବା, ବିରିକୋଟ ଅଡବା, ରାଇଫଙ୍କା, ମାଣ୍ଡିମେରା, ଖାରିଗୁଡା, ମଳାସପଦର, ଜରଉ, ମୋହନା ମାଣିକପୁରୁ, ଚନ୍ଦ୍ରଗିରି, ହାଗୁଡି, ଚାନ୍ଦିପୁଟ, ଗୋବିନ୍ଦପୁରୁ, ଚୁଡୁଗପୁରୁ, ଅନ୍ତରବା ସମେତ ୩୯ ଗୋଟି ପଞ୍ଚାୟତର ମୋବିଲାଇଜର ମାନେ ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ସଂଯୋଜକ ଦେବୀ ପ୍ରସାଦ ମିଶାଲ, ଜିପିଇଓ ଖଗେଶ୍ଵର ଭୂୟାଁ ଯୋଗଦେଇ ବିଭିନ୍ନ ଆଲୋଚନା କରିଥିଲେ । ଆଗାମୀ ଦିନରେ ମୋବିଲାଇଜରମାନେ କିପରି ନିଜ ନିଜ ପଞ୍ଚାୟତ ଓ ୱାର୍ଡରେ ପେସା ଆକ୍ଟର ସମସ୍ତ ନିୟମ ଅନୁଯାୟୀ କିପରି କାମ କରିବେ ତାହା ସ୍ଥିର ହୋଇଥିଲା । ଏହି ବୈଠକ କୁ ପରିଚାଳନା କରିଥିଲେ ମୋହନା ବ୍ଲକ କୋଡିନେଟର ବିଶ୍ୱଜିତ୍ ନାୟକ ।


