ଜିଲା ଉପଭୋକ୍ତା ଆୟୋଗରେ ଲୋକ ଅଦାଲତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ଉପଭୋକ୍ତା ଆୟୋଗରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଉପଭୋକ୍ତା ଆୟୋଗର ସଭାପତି ନୀଳକଣ୍ଠ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲତରେ ୪ ଗୋଟି ମାମଲା ଫଇସଲା ସହ ଉପଭୋକ୍ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ଉପଭୋକ୍ତା ଆୟୋଗ ସଦସ୍ୟା ସୁରଭି ସୂରଙ୍କ ସମେତ କର୍ମଚାରୀ ଭବାନୀ ପ୍ରସାଦ ଘଡ଼େଇ, ସୋମନାଥ ମଲିକ, ମନୋରଞ୍ଜନ ଆଚାର୍ଯ୍ୟ, ଜୟନାରାୟଣ ବେହେରା, ପ୍ରଫୁଲ ମହାନ୍ତି, ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖ ଏହି ଲୋକ ଅଦାଲତ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ