ଭାଲୁବସାରେ ଅତ୍ୟାଧୁନିକ ଯେ କେ ଟାୟାର ସୋରୁମ ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ଏହି ସହରକୁ ଲାଗି ୩ଟି ଲୌହଖଣି ସୁଲାଇପାଟ, ବାଦାମପାହାଡ ଏବଂ ଗୋରୁମହିଷାଣୀ ଅବସ୍ଥିତ ।ଏହି ସହର ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ଯାଇଥିବାବେଳେ ୩୦ କିମି ଦୂରରେ ୪୯ ନମ୍ବର ଜାତୀୟ ରାଜପଥ ସଂଯୋଗ ରହିଛି ।ଏହି ସହରକୁ୮୫ କିମି ଲାଗି ରହିଛି ଟାଟା ନଗର ଏବଂ୧୧୦ କିମି ଦୂରରହିଛି ଲୌହଭରପୁର କେନ୍ଦୁଝର ଜିଲ୍ଲା ।ଏହି ଅଂଚଳ ଖଣିଜ ପଦାର୍ଥ , ଲଘୁ ଖଣିଜ ଓ କୃଷି ପ୍ରବଣ ଅଞ୍ଚଳ । ଯାନବାହାନ ସଂଖ୍ୟାକୃଷି ଏବଂ ପରିବହନ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି । ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ମୋଟର ପାର୍ଟସ ବ୍ୟବସାୟୀ ରାଞ୍ଚି କାର ସେଣ୍ଟର ପ୍ରୋପାଇଟର ମୋତିଉର ରହେମାନଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ଠାରୁ ୭କିମି ଦୂର ୨୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଭାଲୁବସାରେ ଏକ ଅତ୍ୟାଧୁନିକ ଯେକେ ଟାୟାର ଓ ଗେରେଜ ସୋରୁମ ପ୍ରତିଷ୍ଠା କରିଛନ୍ତି । ଏହାକୁ ମୁଖ୍ୟ ଅତିଥି ରିଜିଓନାଲ ମେନେଜର, ଓଡ଼ିଶା ମୁଖ୍ୟ ଶ୍ରୀଯୁକ୍ତ ମୟଙ୍କ ପାଣ୍ଡେ,ଜୋନାଲ ମେନେଜର ସୁବନ୍ଧୁ ଚକ୍ରବର୍ତ୍ତୀ, ବିଭୁପ୍ରସାଦ ପାଲଟସିଂ, ଦିପ୍ତୀରଂଜନ ବିଶ୍ବାଳ, ଯୁବ ବ୍ୟବସାୟୀ ଆଲିକୁଲ ରହେମାନ ପ୍ରମୁଖ ଉପସ୍ଥିତ ରହି ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଟ୍ରକ,କାର,ବାଇକ୍, ଅଟୋଟ୍ରାକ୍ଟର,ମୋଟର ପାର୍ଟସ ଦୋକାନୀମାନେ ଉପସ୍ଥିତ ରହିଥିଲେ ।ଏହି ମୋ ରୁମରେ ସବୁ ପରିବହନର ଟାୟାର ,ମୋଟର ପାର୍ଟସ ଉପଲବ୍ଧ ହେବାସହ ଗାଡି ମରାମତି ପାଇଁ ଗେରେଜର ବ୍ୟବସ୍ଥା ଅଛି ବୋଲି ରାଞ୍ଚି କାର ସେଣ୍ଟର ମାଲିକ ସୂଚନା ଦେଇଥିଲେ ।


