“ଘୁମୁସର ର ସ୍ୱର” ପକ୍ଷରୁ ୧୧୦ତମ ସାହିତ୍ୟ ଆଲୋଚନା ଚକ୍ର ଓ ସ୍ମୃତି ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ପକ୍ଷରୁ ପବିତ୍ର ବୈଶାଖ ମାସ ବୁଦ୍ଧ ପୁର୍ଣ୍ଣିମା ଅବସରରେ ଝୋଲରି ଭଗବତଟୁଙ୍ଗୀ ନିକଟରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗଦେଇ ସାହିତ୍ୟ ମାଧ୍ୟମରେହିଁ ସମାଜରୁ ଦୁର୍ନୀତି ମୁକ୍ତ ହୋଇପାରିବ ଇ ଉତ୍ତର ପିଢ଼ି ସାହିତ୍ୟ ମାଧ୍ୟମରେ ଶୃଙ୍ଖଳିତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ କବି ଅନନ୍ତ କର, ଇଂ.ଲଡୁ କିଶୋର ପଢ଼ିଆରୀ, ଗୈାରୀ ଶଙ୍କର ମିଶ୍ର, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ଜୟନ୍ତୀ ପଢ଼ିଆରୀ, ଖଲି ପରିଡା, ହରିହର ବିଷୋୟୀ ପ୍ରମୁଖ ଯୋଗଦେଇ ସାହିତ୍ୟରେ ମୃତ୍ୟୁ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ। “ଘୁମୁସର ର ସ୍ୱର” କୁ ଅତି ନିକଟରୁ ପ୍ରଚାର ପ୍ରସାର ଦିଗରେ ସହଯୋଗ କରୁଥିବା ସ୍ୱର୍ଗତ ବି.ରଙ୍ଗବତୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଶିଷ୍ଟ ଲୋକନୃତ୍ୟ ଗବେଷକ ଇଂ.ଲଡୁ କିଶୋର ପଢିଆରି ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ଦୀବ୍ୟାଙ୍ଗ ଯୁବ କଳାକାର ବବ୍ରୁବାହାନଙ୍କ ନେତୃତ୍ୱରେ ଦୀବ୍ୟାଙ୍ଗ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ରାଜ ଗୋପାଳ ନାୟକ, ପ୍ରଦୀପ୍ତ କୁମାର ସାମନ୍ତରା, ଇ.ନୀଳାଞ୍ଚଳ ପାତ୍ର, ଏ.ସର୍ଭିସ୍ ଆଚାରୀ ପ୍ରମୁଖ ଯୋଗଦେଇ ଦେଇଥିଲେ । ଝୋଲରି, କଞ୍ଚୁରୁ,ଏକଡାଳ, ପାଙ୍ଗିଡି, ଖରିଡା ଓ ଖରିଡା-୨ ପକ୍ଷରୁ ନାମ ସଂକୀର୍ତ୍ତନ ଦଳ ଦିନସାରା ହରେ କୃଷ୍ଣ, ହରେ ରାମ ମହାମନ୍ତ୍ର ପରିବେଷଣ କରିଥିଲେ। ଶେଷରେ ସମସ୍ତ କଳାକାରଙ୍କୁ “ଘୁମୁସର ର ସ୍ୱର” ପକ୍ଷରୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ