ମିଶନଶକ୍ତି ଗୃହରେ ବିଦ୍ୟୁତ୍ ସଂଯୋଗ ନାହିଁ : ହନ୍ତସନ୍ତ ହେଉଛନ୍ତି କର୍ମଚାରୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ଅନୁମୋଦନରେ ପ୍ରତି ଗ୍ରାମ ପଞ୍ଚାୟତରେ ମିଶନଶକ୍ତି ଅଫିସ ଗୃହ ନିର୍ମାଣ ହୋଇଛି । ଅଧିକାଂଶ ମିଶନଶକ୍ତି ଗୃହ କାର୍ଯ୍ୟକ୍ଷମ ମଧ୍ୟ ହୋଇସାରିଛି । ଏହି ଗୃହରେ ମହିଳା ମହାସଂଘର କର୍ମଚାରୀ ଓ କର୍ମକର୍ତ୍ତା ମାନେ ଦୈନିକ କାର୍ଯ୍ୟ ସଂପାଦନ କରୁଛନ୍ତି । କିନ୍ତୁ ମିଶନଶକ୍ତି ଅଫିସ ଗୃହରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ମହିଳା ମହାସଂଘର କର୍ମଚାରୀ ଓ କର୍ମକର୍ତ୍ତା ମାନେ ଗରମରେ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷେ ଅଫିସ ଚାରି ପାଖେ ପାଚେରୀ ନଥିବାରୁ ଅଫିସ ବନ୍ଦ ପରେ ଅସାମାଜିକ ବ୍ୟକ୍ତି ମାନେ ବାରଣ୍ଡାରେ ଆଡ୍ଡା ଜମାଉଥିବା ଅଭିଯୋଗ ହୋଇଛି । ମିଶନଶକ୍ତି ଅଫିସ ଗୃହ ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବା ସହିତ ପାଚେରୀ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।


