୨୮ଗୋରୁ ଉଦ୍ଧାର, ପିକଅପ ଭ୍ୟାନ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରୁ ଏକ ଗୋରୁ ବୋଝୋଇ କରି ଦ୍ରୁତଗତିରେ ଯାଉଥିବା ଏକ ବୋଲେର ପିକଅପ୍ ଭ୍ୟାନକୁ କାଶୀନଗର ପୋଲିସ ଜବତ କରିବା ସହ ଏଥିରେ ଥିବା ୨୮ଗୋଟି ଗାଇଗୋରୁକୁ ଉଦ୍ଧାର କରିଥିବାର ଜଣାପଡିଛି । କାଶୀନଗର ପୋଲିସ ସୂତ୍ରରୁ ପ୍ରକାଶ ଯେ, ଉଲ୍ଲେଖିତ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚବେଳେ ଏହି ଗାଇଗୋରୁ ସବୁ ଅବାଧରେ ଆନ୍ଧ୍ରକୁ ଚାଲାଣ କରାଯାଉଥିବାର ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରେ ୪ଜଣ ଚାଲାଣକାରୀଙ୍କୁ ଗିରଫ କରି ଥିବା ବେଳେ ଏନେଇ କାଶୀନଗର ଥାନାରେ ୫୪/୨୨ରେ ଏକ ମକଦ୍ଦମା ରୁଜୁ କରାଯାଇଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ଗିରଫ ହୋଇଥିବା ସମସ୍ତ ୪ଅଭିଯୁକ୍ତ ମାନେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ସହରର ଏବଂ ସେମାନଙ୍କ ନାମ ଯଥା ସି. ଅର୍ଜୁନ, ସି.ଏଚ୍.ନାଗା ଶ୍ରୀନୁ, ଗାବରା ପ୍ରସାଦ, ୱାଇ.ରାବଣା ବୋଲି ଜଣାପଡିଛି ।


