ନିଖୋଜ ଯୁବତୀଙ୍କୁ ଉଦ୍ଧାର କଲା କାଶୀନଗର ପୋଲିସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରୁି ନିଖୋଜ ହୋଇଥିବା ଯୁବତୀଙ୍କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ କାଶୀନଗର ପୋଲିସ ଆଜି ଉଦ୍ଧାର କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କାଶୀନଗର ସହରର ମାନ୍ଦ୍ରାଡା ଗାଙ୍ଗତ୍ରି (୧୯) ଘରୁ କେଉଁଆଡେ ଚାଲିଯାଇଥିବାର ତାଙ୍କ ପରିବାର ବର୍ଗ କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି କାଶୀନଗର ପୋଲିସ ୫୩/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯୁବତୀ ଜଣକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବାର କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ଟିମ୍ ବିଶାଖାପାଟଣା ଗସ୍ତ କରିଥିଲେ । ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ଆଣିଥିବାର ଜଣାପଡିଛି । ଏନେଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ