ବସ୍ତି ଉଛେଦ କୁ ବିରୋଧ କରି ନିମାପଡ଼ା ତହସିଲ କାର୍ଯ୍ୟାଳୟ ଘେରାଉ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଳକ ଭିଲ୍ଲିଗ୍ରାମ ପଞ୍ଚାୟତର ଝାମ୍ପୁଲା କୁଦ ଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇ ସେଠାରେ ଥିବା ୧୫ ଘର ଦଳିତ ପରିବାରକୁ ଉଛେଦ କରିବା ପାଇଁ ନିମାପଡ଼ା ତହସିଲଦାର ନିର୍ଦ୍ଦେଶ ଦେବା ପରେ ସ୍ଥାନୀୟ ଦଳିତ ମହାସଂଘ ଏହାକୁ ବିରୋଧ କରି ଆସୁଛି । ଆଜିଦଳିତ ସଂଘ ର ଶତାଧିକ ମହିଳା ଓ ପୁରୁଷ ନିଜଗ୍ରାମ ଝ।ମ୍ପୂଲାକୁଦା ଠାରୁ ଏକ ଶୋଭା ଯାତ୍ରା ରେ ନିମାପଡା ଯାଇ ତହସିଲ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ। ଖବର ପାଇ ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଦଳିତ ନେତାଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ଠାରୁ କେନ୍ଦ୍ରାଞ୍ଚଳ ଆର ଡି ସି ଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ । ରାଜ୍ୟ ଦଳିତ ମହାସଂଘ ର ସଭାପତି ବିଜୟ କୁମାର ସେଠୀ , ସୋନି ଲତା ସେଠୀ, ସ୍ଥାନୀୟ ଦଳିତ ନେତା ନେତ୍ରାନନ୍ଦ ଭୋଇ ପ୍ରମୁଖ ଙ୍କ ନେତୃତ୍ଵ ରେ ଏହି ଆନ୍ଦୋଳନ କରା ଯାଇଥିଲା । ଯଦି ପ୍ରଶାସନ ସେମାନଙ୍କ ଦାବି କୁ ଉପେକ୍ଷା କରି ଏହି ଦଳିତ ପରିବାର କୁ ଉଚ୍ଛେଦ କରେ ତେବେ ସେମାନେ ବାଧ୍ୟ ହୋଇ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇବା ସହିତ ନବିନ ନିବାସ ସମୁଖରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।


