ଖଜୁରୀପଡ଼ା ବ୍ଲକ ପ୍ରଥମ ପଞ୍ଚାୟତ ସେମିତି ସାଧାରଣ ବୈଠକ
ଫୁଲବାଣୀ, (ସୁନିଲ ବେହେରା) :-ଶୁକ୍ରବାର ଦିନ ଖଜୁରୀପଡ଼ା ପଞ୍ଚାୟତ ସମିତି ସଭାଗୃହଥା ଠାରେ ଚଳିତ ବର୍ଷର ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଖଜୁରୀ ପଡ଼ା ବ୍ଲକର ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ପାଇଁ ଚଳିତ ପଞ୍ଚବର୍ଷ ଯୋଜନାର ଏହା ପ୍ରଥମ ବୈଠକ l ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବ୍ଲକର ସମସ୍ତ ୧୪ ଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା,ଜିଲା ପରିସଦ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁରଙ୍କ ସମେତ ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ପଙ୍କଜ ମଲିକ, ଜିଲ୍ଲା ପରିଷଦ ସଭ୍ୟା ଉର୍ବାସି ଦିଗାଲ, ମମତା ମଲିକ ବ୍ଲକ ଉପାଧ୍ୟକ୍ଷ ଅମିତ ଦିଗାଲ, ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଲୀଳ ଦାସ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ସୋନମ ବେହେରା,ପ୍ରମୁଖ ମଂଚାସୀନ ଥିଲେ l ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ବେହେରା ସଭାକାର୍ଯ୍ୟ ଆରମ୍ଭରୁ ପ୍ରଥମେ ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟା ଓ ବିଭାଗୀୟ କର୍ମଚାରୀଙ୍କ ପରିଚୟ ପ୍ରଦାନ କରି ବୈଠକକୁ ପରିଚାଳନା କରାଯାଇଥିଲା l ନବ ନିର୍ବାଚିତ ସମସ୍ତ ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚ ସମସ୍ତଙ୍କୁ ଆଜି ସମିତି l ଏହି ବୈଠକରେ ଖଜୁରୀପଡ଼ା ବ୍ଲକର ୧୦ ଗୋଟି ସରକାରୀ ବିଭାଗୀୟ ଯୋଜନା ଉପରେ ଯଥା:-ସ୍ୱାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା, ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ସାଧାରଣ ବଣ୍ଟନ, ଗ୍ରାମ୍ୟ ବିଦ୍ୟୁତ କାରଣ ଓ ବିଦ୍ୟୁତ ଯୋଗାଣ, ଶିଶୁ ବିକାଶ ଯୋଜନା/ ସମାଜମଙ୍ଗଳ ଓ ସୁରକ୍ଷା କାର୍ଯ୍ୟକ୍ରମ, କୃଷି ଏବଂ ଉଦ୍ୟାନ ଓ ମତ୍ସ ଚାଷ, ଜଳସେଚନ/ମୂର୍ତ୍ତିକା ସଂରକ୍ଷଣ ଓ ଜଙ୍ଗଲ,ଶିକ୍ଷା ଓ ମଧ୍ୟାନ ଭୋଜନ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ, ଉନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ,ଦାରିଦ୍ର୍ୟ ଦୂରୀକରଣ OLM/ITDA/OSFDC, ଓ ଅନ୍ୟାନ୍ୟ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇ ସରକାରୀ ଯୋଜନନାର ସଫଳ ରୂପାୟନ ଓ ଜନ ସାଧାରଣଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି l ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା କନ୍ଧମାଳ ଜିଲ୍ଲା ଏକ ଅନୁନ୍ନତ ଜିଲ୍ଲା ହୋଇଥିବାରୁ ଏହି ଜିଲାବାସୀଙ୍କ ଆବଶ୍ୟକ ପୂରଣ ନିମନ୍ତେ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଖାଦ୍ୟର ପରିମାଣ ବଢ଼ାଇବାକୁ ଆଜିର ଏହି ବୈଠକରେ ସମିତିସଭ୍ୟ ଶ୍ରୀ ବୈଦ୍ୟନାଥ ବେହେରା ପ୍ରସ୍ତାବ ଉଠାଇ ଥିଲେ ଏହି ପ୍ରସ୍ତାବକୁ ସମସ୍ତ ସରପଞ୍ଚ ସମିତିସଭ୍ୟ ସମର୍ଥନ ଜଣାଇଥିଲେ ଓ ବୈଠକରେ ଉପସ୍ଥିତ ଥିବା ବିଧାୟକଙ୍କୁ
ସରକାରଙ୍କ ନିକଟକୁ ଦାବି ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ସେହିଭଳି ଏହାକୁ ରେଜୁଲେସନ କରି ଦେବାକୁ ବିଧାୟକ ଶ୍ରୀ କହଁର ନିର୍ଦ୍ଦେଶ ଦେଇଥିଲେ । ଆଲୋ ଚନା ପରେ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଥିଲା ।


