ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ସମାରୋହ ଅନୁଷ୍ଠିତ
ନିମାପଡ଼ା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଖଣ୍ଡାସାହି ସ୍ମାରକୀ ପୀଠରେ ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ସମାରୋହ ପାଳିତ ହୋଇଯାଇଛି।ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଓଳଙ୍ଗର ଖଣ୍ଡାସାହି ସ୍ମାରକୀ ପୀଠ ଠାରେ ସତ୍ୟାଗ୍ରହ ସମ୍ପର୍କରେ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥାଏ । ଅସ୍ତରଙ୍ଗ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମ ରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀମାନେ ଏହି ଚିନ୍ତନ ବୈଠକରେ ଏକତ୍ରିତ ହୋଇ ସଂଗ୍ରାମ ସମ୍ପର୍କରେ ରଣ କୌଶଳ ପ୍ରସ୍ତୁତ କରୁଥିଲେ । ସଂଗ୍ରାମୀ ପୁରୁଷଙ୍କ ସ୍ମୃତି ଉଦେଶ୍ୟରେ ପ୍ରତି ବର୍ଷ ଏହି ସମାରୋହ ପାଳିତ ହୋଇ ଆସୁଅଛି । ଚଳିତ ବର୍ଷ ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟ ରେ ଏକ ବିରାଟ ସ୍ମୃତି ସ୍ତମ୍ଭକୁ ନିମନ୍ତ୍ରିତ ଅତିଥିମାନେ ଉଦଘାଟନ କରିଥିଲେ ।ଆୟୋଜିତ ସମାରୋହରେ ଅତିଥିମାନେ ସଂଗ୍ରାମୀମାନଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ଅତିଥି ମାନଙ୍କ ମଧ୍ୟରେପର୍ଯ୍ୟଟନ ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ , ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ, ନଈଗୁଆଁ ସରପଞ୍ଚ ମଞ୍ଜୁଲତା ଖୁଣ୍ଟିଆ, ସ୍ଵପ୍ନେଶ୍ଵର ସାହୁ, ଅସ୍ତରଙ୍ଗ ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ ଙ୍କ ସହ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ ।


