ସ୍କୁଲ ଅଫିସ କାର୍ଯ୍ୟାଳୟରେ ନିଆଁ ଲଗାଇ ପୋଡ଼ି ଦେଲେ ଦୃର୍ବୁତ୍ତ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅଫିସ କାର୍ଯ୍ୟଳୟରେ ନିଆଁ ଲଗାଇ ବହୁ କାଗଜ ପତ୍ର ସମେତ ଆସବାବପତ୍ର, ପୋଷାକ ପୋଡି ଦେଲେ ଦୃର୍ବୁତ୍ତ । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । କିଛି ଦୃର୍ବୁତ୍ତ ଅଫିସ କାର୍ଯ୍ୟାଳୟ ତାଲା ଭାଙ୍ଗି ଭିତରେ ପଶି ଅଲମିରା ଭାଙ୍ଗି ଦେବା ସହ ବହୁ ନଥି ପତ୍ର ଓ ସ୍କୁଲ ରେଜିଷ୍ଟ୍ରର ସମେତ ଆସବାବପତ୍ର ନିଆଁ ଲଗାଇ ପୋଡି ନଷ୍ଟ କରି ଦେଇଛନ୍ତି । ଶୁକ୍ରବାର ଦିନ ସକାଳୁ ବିଦ୍ୟାଳୟ ଯାଇ ଦେଖିଲା ବେଳେ ତାଲା ଭଙ୍ଗା ହୋଇ କବାଟ ଖୋଲା ରହିଥିଲା ଏବଂ ଅନେକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇବା ଶହ ନିଆଁ ଆଉରି ଲାଗିଥିଲା ଯାହାକି ଗ୍ରାମ ବାସି ଙ୍କ ସହଯୋଗ ରେ ଲିଭେଇବା ସହ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଥିଲେ ଘଟଣା ଜାଣିବା ପରେ ଏବିଇଓ କୁନା ପାତ୍ର ଘଟଣା ସ୍ଥଳ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବିଇଓ ଙ୍କୁ ଜଣାଇବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ତଦନ୍ତ କରିଛି। । ତେବେ ଶିକ୍ଷାନୁଷ୍ଠାନ ଭିତରେ ପଶି କିଏ ଏଭଳି କାଣ୍ଡ ଭିଆଇଛି । ପୋଲିସ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ପ୍ରଧାନ ଶିକ୍ଷକ ସମେତ କମିଟି ଦାବି କରିଛନ୍ତି । ଜୋହନ କୁମାର ଗମାଙ୍ଗ, ପ୍ରଧାନ ଶିକ୍ଷକ, ଅଭିଯୋଗ ଦେବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ମଧ୍ୟ ସନ୍ଧ୍ୟା ରେ ଯାଇ ଘଟଣା ସ୍ଥଳ ରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଯାଇଛନ୍ତି ଏବଂ ତୁରନ୍ତ ଦୋଷୀ କୁ ଧରାଯିବ ବୋଲି କହିଛନ୍ତି ଶ୍ରୀ ନାୟକ I


