ମା ରାମାୟାଣାମ୍ମାଙ୍କ ଯାତ୍ରା ୧୬ ଦିନରେ ପହଂଚିଲା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଶନିବାର ୧୬ ଦିନରେ ପହଂଚିଛି । ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଉତ୍ସବ ମୁଖର ହୋଇପଡିଛି । ସହରର ବିଭିନ୍ନ ସ୍ଥାନରେ କଳାକୁଞ୍ଜ ମାନ ନିର୍ମାଣ କରାଯାଇଛି । କଳା କୁଞ୍ଜ ଗୁଡିକୁ ଦେଖିବା ପାଇଁ ଛତ୍ରପୁର ସହର ସମେତ ଆଖପାଖ ଅଂଚଳର ବହୁ ଜନ ସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଅସ୍ଥାୟୀ ମଣ୍ଡପରେ ମା ରାମାୟାଣାମ୍ମାଙ୍କୁ ଦର୍ଶନ କରିବା ଲାଗି ମଧ୍ୟ ଶ୍ରଦ୍ଧାଳୁ ମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଙ୍କ ଘଟ ସହରର ବିଭିନ୍ନ ସାହି କୁ ପରିକ୍ରମା କରି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥାନ୍ତି । ଆଜି ୧୬ ଦିନରେ ମାଙ୍କ ଘଟ ଛତ୍ରପୁର ସହରର ମୁଚିୱାରି ସାହି ଯାଇ ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଛନ୍ତି । ମାଙ୍କ ଘଟ ସମ୍ମୁଖରେ ବିଭିନ୍ନ ଦେବା ଦେବୀଙ୍କ କଣ୍ଢେଇ ନାଚ, ବାଘ ନାଚ, ଆନ୍ଧ୍ରା କାଳୀ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ