ସରିଲା ପ୍ରସିଦ୍ଧ ଆରଡି ବାବା ଙ୍କ ଆଖଣ୍ଡଳମଣୀ ପୀଠରେ ଲଗ୍ନ କାର୍ଯ୍ୟ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣି ରେ ଆରଡ଼ି ବାବାଙ୍କର ସରିଲା ଲଗ୍ନ କାର୍ଯ୍ୟ । ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ଦେବ ଦେବ ମହାଦେବ ଓ ମାତା ଜଗତ ଜନନୀ ପାର୍ବତୀଙ୍କର ବିବାହ । କୋଭିଡ 19 କଟକଣା ପାଇଁ ଗତ ୨ ବର୍ଷ ହେଲା ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ପୀଠରେ ଶିବ ବିବାହ ଉତ୍ସବ ବନ୍ଦ ଥିଲା । ହେଲେ ଚଳିତ ବର୍ଷ ପୂର୍ବ ପରି ଧୂମ୍ଧାମରେ ପାଳିତ ହେବ ଶିବ ବିବାହ ଉତ୍ସବ । ଏଥିପାଇଁ ସମ୍ପୂର୍ଣ୍ଣ ରିତିନୀତିରେ ସମ୍ପନ୍ନ ହୋଇଛି ଲଗ୍ନ ଧରା କାର୍ଯ୍ୟ । ପ୍ରଥମେ ବର କର୍ତ୍ତାଙ୍କ ଘରୁ ଲଗ୍ନ ଧରି ସେବାୟତ ମାନେ ମନ୍ଦିର ବେଢା ପରିକ୍ରମା କରି ମାତା ପାର୍ବତୀଙ୍କ କର୍ତ୍ତା ଚନ୍ଦ୍ରମଣୀ ପାଢୀଙ୍କ ଘରେ ପହଞ୍ଚି ଲଗ୍ନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସେଠାରେ ବାରିକ, ବ୍ରାହ୍ମଣ ଲଗ୍ନ ଚିତାଉ ପାଠ କରିବା ପରେ ଲଗ୍ନ ଚିତାଉକୁ ବର କର୍ତ୍ତା ଦୁଷ୍ମନ୍ତ ପାଢୀଙ୍କ ଘରେ ପଠନ କରାଯାଇଥିଲା ।