ଦାଣ୍ଡବୋଷ ରାସ୍ତାରେ ଦୁର୍ଘଟଣାରେ ଯୁବକ ଗୁରୁତର : ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର -ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ଅନ୍ତର୍ଗତ ଦାଣ୍ଡବୋଷରେ କୁକୁରକୁ ରକ୍ଷା କରିବାକୁ ଭାରସାମ୍ୟ ହରାଇ ରାସ୍ତାକଡ ବିଲ ଆଡ଼କୁ ଛିଟିକି ପଡିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାଟି ରବିବାର ଅପରାହ୍ନରେ ଘଟିଥିଲା । ପୋଲିସ ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ଗୁରୁତର ଯୁବକ ହେଲେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର କଲୋନୀସାହିର ଲକ୍ଷ୍ମିଧର ନାଏକ (ଜଟିଆ) ।


