ପ୍ରତିଭାର ‘ ଦାଦାଗିରି ‘ ସୋ ରେ ବିଜୟୀ ହୋଇ ଛତ୍ରପୁରକୁ ଗୌରବ ଆଣିଲେ ‘ କାଠ ପାଦ ‘ ନୃତ୍ୟାଙ୍ଗନା ଶିବାନୀ ସ୍ୱାଇଁ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଚଣ୍ଡୀ ଛକ ନିକଟରେ ଥିବା ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମୀର ‘ କାଠ ପାଦ ‘ ନୃତ୍ୟ କେନ୍ଦ୍ରର ‘ କାଠ ପାଦ ‘ ନୃତ୍ୟାଙ୍ଗନା ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଓଡିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ଶିବାନୀ ସ୍ୱାଇଁ , ଜି-ସାର୍ଥକରର ପ୍ରତିଭାର ‘ ଦାଦାଗିରି ‘ ମଞ୍ଚରେ କାଠ ପାଦ ନୃତ୍ୟ ସହ ନିଜର ବୁଦ୍ଧିମତାର ପରିଚୟ ଦେଇ ପ୍ରତିଭାର ଯାଦୁ ଦେଖାଇ ବିଜୟୀ ହୋଇଛନ୍ତି I ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି l ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜିତେନ୍ କୁମାର ପରିଡା ଶୁଭେଚ୍ଛା ଜଣାଇବା ସହ, ମାଁ ରାମାୟାଣାମାଙ୍କ ଅସ୍ଥାୟୀ ମନ୍ଦିରରେ ଶିବାନୀଙ୍କ ନୃତ୍ୟ ଗୁରୁ ସମୀର କୁମାର ବେହେରାଙ୍କ ଉପସ୍ଥିତିରେ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ସାମାଜିକ କର୍ମୀ ଅରୁଣ କୁମାର ଶତପଥି, ରାମାୟାଣାମା ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ରଶେଖର ରେଡ୍ଡୀ,ଯୁବ ସାଂସ୍କୃତିକ ସଂଘଠକ ଓମ ପ୍ରସାଦ ମହାପାତ୍ର, ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ସମ୍ପାଦକ ପ୍ରଶାନ୍ତ କୁମାର ପଟନାୟକ, ଡ୍ରିମ୍ସ ଡାନ୍ସ ଏକାଡେମୀର ନୃତ୍ୟ ଗୁରୁ ପୂର୍ଣ୍ଣଞ୍ଜୟ ଜେନା ଉପସ୍ଥିତ ରହି ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l


