ମା ରାମାୟାଣାମ୍ମାଙ୍କ ଯାତ୍ରା ୧୮ ଦିନରେ ପହଂଚିଲା : ଖୋଲିଲା ମୀନାବଜାର : ଆରମ୍ଭ ହେଲା ରାମଦୋଳି
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ରବିବାର ୧୮ ଦିନରେ ପହଂଚିଛି । ମାଙ୍କ ଘଟ ପରିକ୍ରମା ସମୟରେ ପରମ୍ପରା ଅନୁସାରେ ଅନେକ ମାନସିକ ଧାରୀ ବିଭିନ୍ନ ବେଶରେ ମାଙ୍କ ଆଗରେ ପ୍ରକଟ ହେଉଛନ୍ତି । ୧୮ ଦିନରେ ମାଙ୍କ ଘଟ ରିକାପଲ୍ଲୀ ରେଡ୍ଡି ସାହି ପରିକ୍ରମା କରି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥିଲେ । ଅସ୍ଥାୟୀ ମଣ୍ଡପ ଠାରୁ ମାଙ୍କ ଘଟ ବାହାରି ସାହି ଗୁଡିକରେ ପହଂଚିବା ପରେ ଜନସାଧାରଣ ମାନେ ମାଙ୍କୁ ଦର୍ଶନ କରିବା ସହ ଦୀପ ଧୂପ ନୈବଦ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ । ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଉତ୍ସବ ମୁଖର ହୋଇପଡିଛି । ସହରର ବିଭିନ୍ନ ସ୍ଥାନରେ କଳାକୁଞ୍ଜ ମାନ ନିର୍ମାଣ କରାଯାଇଛି । କଳା କୁଞ୍ଜ ଗୁଡିକୁ ଦେଖିବା ପାଇଁ ଛତ୍ରପୁର ସହର ସମେତ ଆଖପାଖ ଅଂଚଳର ବହୁ ଜନ ସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୀନାବଜାର ସମେତ ରାମ ଦୋଳି ଆଜି ଠାରୁ ଆରମ୍ଭ ହୋଇଛି । ଏହାକୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଯାତ୍ରା କମିଟି ର ମ୍ୟାନଜର କେ. ଚନ୍ଦ୍ର ଶେଖର ରେଡ୍ଡୀ, ଗଞ୍ଜାମ ପୋଲିସ ଜିଲ୍ଲା ର ହାବିଲଦାର ଓ କନଷ୍ଟେବଲ ସଂଘ ର ସଭାପତି ଅଭିମନ୍ୟୁ ଜାଲି, ଛତ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଶୁଭ ଉଦଘାଟନ କରିଥିଲେ l


