ସୋସୋ ସମବାୟ ସମିତିରେ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୋସୋ ସମବାୟ ସମିତିରେ  ବ୍ୟାପକ ଅନିୟମତତା ହୋଇଥିବା ନେଇ ସମିତିର ପୁର୍ବତନ ସଭାପତି ପ୍ରଣବ ମହାନ୍ତି, ଶରତ ନାୟକ କେନ୍ଦୁଝର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ସୋସୋ ସମବାୟ ସମିତିରେ ସୋସୋ, ବାଲିବରେଇ,ଢ଼େଙ୍କା ଆଦି ତିନୋଟି ପଞ୍ଚାୟତର ତିନି ହଜାରରୁ ଉର୍ଦ୍ଧ ଚାଷୀ ଅଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ମାତ୍ର ୨୪୦ଜଣ ଭୋଟର ଥିବା ନେଇ ତାଲିକା ପ୍ରସ୍ତୁତ ହୋଇଛି । ଏହାର ସମ୍ପାଦକ ଥିବା ସୁରେନ୍ଦ୍ର କୁମାର ପତି ଏଠାରେ ୨୫ବର୍ଷ ହେଲା ଏହାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ସେ ଚାଷୀଙ୍କ ସମସ୍ୟା ପ୍ରତି କେବେବି ଦୃଷ୍ଟି ଦିଅନ୍ତି ନାହିଁ । ଚଳିତ ନିର୍ବାଚନରେ ଅନେକ କିଷାନ କାର୍ଡ ଧାରୀଙ୍କୁ ଭୋଟର ତାଲିକାରେ ସ୍ଥାନିତ କରାଯାଇ ନାହିଁ, କି ଏ ସମ୍ପର୍କରେ କୌଣସି ନୋଟିସ ମଧ୍ୟ କେଉଁଠାରେ ମରାଗଲା ନାହିଁ । ଅତି ଲୁଚାଛପାରେ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ଅନେକ ଭୋଟର ଚାଷୀ ଭୋଟ ଦେବାରୁ ବଞ୍ଚିତ ହେବେ । ଏଣୁ ଏହାର ତୁରନ୍ତ ପ୍ରତିକାର କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ନଚେତ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ