ହ୍ରିତିର୍କ ଙ୍କ ମା’ଙ୍କ ମନ ପସନ୍ଦର ଫିଲ୍ମ

କିଛି ମାସର ବ୍ୟବଧାନ ପରେ ଏବେ ବଲିଉଡକୁ ଫେରିଛନ୍ତି ହ୍ରିତିର୍କ ରୋଶନ । ପ୍ରଥମେ ତାଙ୍କ ଅଭିନୀତ ଫିଲ୍ମ ସୁପର-୩୦ ବକ୍ସ ଅଫିସରେ ଧମାଲ କରିଥିବା ବେଳେ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ୱାର୍ ଭଲ ବ୍ୟବସାୟ କରିଥିଲା । ଲଗାତାର ଦୁଇଟି ସୁପରହିଟ୍ ଫିଲ୍ମ ଦେବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛନ୍ତି ରିତିକ୍ । ତେବେ ସୁପର-୩୦ର ସଫଳତା ବିଷୟରେ କହିବାକୁ ଯାଇ ହ୍ରିତିର୍କ କହିଥିଲେ କି, ମୋ ମା’ ଥିଏଟରକୁ ଯାଇ ୯ଥର ସୁପର-୩୦ ଦେଖିଥିଲେ । ତାଙ୍କୁ ଆନନ୍ଦ ସାରଙ୍କ କାହାଣୀ ଖୁବ୍ ପସନ୍ଦ ଆସିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଆନନ୍ଦ ସାର୍ ଓ ତାଙ୍କ ଭାଇ ପ୍ରଣବଙ୍କ ଭେଟି ପାରି ନାହାନ୍ତି । ଅନ୍ୟ ପକ୍ଷରେ ଆନନ୍ଦଙ୍କ କହିବା ଅନୁଯାୟୀ, ଫିଲ୍ମକୁ ଜନତାଙ୍କ ମଧ୍ୟକୁ ନେଇଯିବା ପାଇଁ ମୁଁ ହ୍ରିତିର୍କ ଓ ପୂରା ଟିମକୁ ଧନ୍ୟବାଦ୍ ଜଣାଇବି । ହ୍ରିତିର୍କ ଯେତେ ଭଲ ମଣିଷ, ସେତେ ଭଲ ଅଭିନେତା ମଧ୍ୟ । ମୋ ଭୂମିକାକୁ ପରଦା ଉପରେ କରିବା ଭଳି ଅଭିନେତା ମୋତେ ପ୍ରଥମେ ରିତିକ୍ ହିଁ ଲାଗିଥିଲେ । ଆଉ କେହି କରି ପାରିବେ ବୋଲି ମୋର ବିଶ୍ୱାସ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ