ଦୀପିକାଙ୍କ କୌତୂକିଆ ଉତ୍ତର
ନଭେମ୍ବର ୧୪ ତାରିଖରେ ଦୀପିକା ଓ ରଣବୀଙ୍କ ବିବାହକୁ ଏକ ବର୍ଷ ପୂରିଛି । ସେମାନେ ଆଶୀର୍ବାଦର ସହ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଦମ୍ପତି ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ଗ୍ରହଣ କରିବା ପରେ ପଞ୍ଜାବ ଅମ୍ରିତସରର ଗୋଲ୍ଡେନ ଟେମ୍ପୁଲକୁ ବି ଯାଇଥିଲେ । ତେବେ, ରଣବୀର ଦୀପିକାଙ୍କର ଗୁଲୁଗୁଲିଆ ଫଟୋ ସହ ଏକ ଭିଡିଓ ବି ଭାଇରାଲ୍ ହୋଇିଛି । ଭିଡିଓରେ ପ୍ରଶଂସକଙ୍କୁ ଦୀପିକାଙ୍କ କୌତୂକିଆ ଉତ୍ତର ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ରଣବୀର ଦୀପିକା ଚାଲି ଚାଲି ଯାଉଥିବା ବେଳେ ଜଣେ ପ୍ରଶଂସକ ଦୀପିକାଙ୍କୁ “ଆଇ ଲଭ୍ ୟୁ’ କହୁଛନ୍ତି । ଦୀପିକା ହସି ଦେଇ ଯିବା ବେଳେ ସେ ପୁଣି ଥରେ ରଣବୀରଙ୍କୁ “ଆଇ ଲଭ୍ ୟୁ ଭୟା’ କହୁଛନ୍ତି । ଏହାର ଉତ୍ତରରେ ଦୀପିକା କହୁଛନ୍ତି କି କିନ୍ତୁ ତମେ ମୋତେ ବେଶି ଭଲପାଅ । ଦୀପିକା ଏପରି କୌତୂକିଆ ଉତ୍ତର ଦେଇଥିବା ଭିଡିଓଟି ଏବେ ଇନ୍ଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି ।


