ତାରିଣୀ ମନ୍ଦିର ଦୁର୍ନିତିରେ ଯୋଡିହେଲା ଆଉ ଏକ ଫର୍ଦ

ଘଟଗାଁ, (ନାରାୟଣ ପଲେଇ) :-ଘଟଗାଁ ମାତାରିଣୀ ମନ୍ଦିର ଟ୍ରଷ୍ଟର କିଛି ସଦସ୍ୟ ଦେବୋତର ବିଭାଗୀୟ ନେତା ଓ ଅଧିକାରୀଙ୍କୁ ହାତବାରିସି କରି ଦିର୍ଘ ଦିନ ହେବ ମନ୍ଦିର ପରିଚାଳନା ଦାୟୁତ୍ୱକୁ ନିଜ ହାତ ମୁଠାରେ ରଖି ସବୁ ନିୟମକୁ ବେଖାତିର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଛନ୍ତି ଯାହାର ପ୍ରମାଣ ବିଗତ ଦିନରେ ପ୍ରକାଶ କାଇଥିଲା । ପେବର କାମରେ ହୋଇଥିବା ପିସି କାରବାରର ପୁରା ତଥ୍ୟ ପ୍ରମାଣ ସାଢେ ଚାରିକୋଟି ଓଡିଆଙ୍କୁ ଦେଖାଇବା ପରେ ଏବେ ଆଉ ଗୋଟିଏ ଦୁର୍ନୀତିର ଦ୍ୱାର ହସ୍ତଗତ ହୋଇଛି ।ତେବେ ଗଣମାଧଯୟମରେ ପ୍ରକାଶ ପାଇବା ପରେ ଏବେ ସାରା ଜିଲ୍ଲାରେ ତାରିଣୀ ମନ୍ଦିରରେ ଚାଲିଥିବା ଦୁର୍ନିତି ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ଓ ଏଥିରେଭୁବନେଶ୍ୱର ର ନେତା ଅଫିସରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଦୁର୍ନିତି ବିଷୟରେ ସରକାର ଜାଣିଥିବା କହିବା ସହ କୋର୍ଟରେ ମାମଲା ଥିବାରୁ କିଛି କରି ହେଉନଥିବା ସ୍ଥାନୀୟ ବିଧାୟକ ବଦ୍ରୀ ପାତ୍ର । ଭୁବନେଶ୍ୱରର ନେତା ଓ ଅଫିସରଙ୍କ ସହ ସଲାସୁତୁରାରେ ଦିର୍ଘ ବର୍ଷ ଧରି ମା ତାରିଣୀ ମନ୍ଦିର ପରିଚାଳନା ଦାୟୁତ୍ୱକୁ ହାତ ମୁଠାରେ ରଖି ଭକ୍ତଙ୍କ ଦାନ ଅର୍ଥରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଛନ୍ତି କିଛି କୁଚକ୍ରୀ, ଏଭଳି ଅଭିଯୋଗ ଆଣିଛନ୍ତି ତାରିଣୀ ମନ୍ଦିର ପୂଜକ ସଂଘ ମୁଖପାତ୍ର ପ୍ରଦିପ୍ ଦେହୁରୀ । ତେବେ ଦୁର୍ନିତୀର ସମ୍ପୃକ୍ତ ଥିବା ତାରିଣୀ ଟ୍ରଷ୍ଟର ସଦସ୍ୟ ମାନଙ୍କର ଭଦ୍ର ମୁଖା ଭିତରେ ଥିବା ଅଭଦ୍ର ଚେହେରାକୁ ପଦାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ହିନ୍ଦୁଦେବୋତ ର ଆଇନ ଅନୁଯାୟୀ ମନ୍ଦିରର ଟ୍ରଷ୍ଟ ସଦସ୍ୟ ବା କର୍ମଚାରୀ ନିଜେ ଓ ତାଙ୍କର ସମ୍ପର୍କୀୟ ମନ୍ଦିରର କୌଣସି ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ରହିବେ ନାହିଁ କିନ୍ତୁ ମା ତାରିଣୀ ମନ୍ଦିରରେ ଦେଖାଯାଇଛି ଏହାର ବ୍ୟତିକ୍ରମ । ସବୁ ନିୟମକୁ ପାଦରେ ଦଳି ଦେଇ ବିଗତ ଦିନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବର୍ତମାନର ଟ୍ରଷ୍ଟ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ ମନ୍ଦିର ଗାତି ମରାମତି ନାଁରେ ନିଜ ପୁଅକୁ ମନ୍ଦିର ଅର୍ଥରୁ ଦେଇଛନ୍ତି ଲକ୍ଷାଧିକ ଟଙ୍କା ଶେଖର୍ ଅଟୋ ୱାଲ୍‌ର୍ଡ ଓ ଶେଖର୍ ଅଟୋ ମୋବାଇଲ୍ ଆକାଉଂଟକୁ ଚାକ୍ ମାଧ୍ୟମରେ, ଯାହାର ପୁରା ପ୍ରମାଣ ସୁଚନା ଅଧିକାର ଆଇନ ବଳରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ତାରିଣୀ ମନ୍ଦିରରେ ଚାଲିଥିବା ଦୁର୍ନିତି ବିଷୟରେ ସରକାର ଜାଣିଛନ୍ତି ଓ କୋର୍ଟରେ ମାମଲା ଥିବାରୁ ଟ୍ରଷ୍ଟ ଭାଙ୍ଗୁନଥିବା କହିବା ସହିତ ଏଘଟଣାର ଭିଜିଲାନ୍ସ ତଦନ୍ତ କରାଯିବା ଦରକାର ବୋଲି ନିଜର ମତ ରଖିଛନ୍ତି । ଆମ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବା ପାଇଁ ୯ଲକ୍ଷଟଙ୍କାର ଓକିଲ ନିଯୁକ୍ତି କରୁଥିବା ବେଳେ ମା ତାରିଣୀ ମନ୍ଦିରରେ ଚାଲିଥିବା ଦୁର୍ନିତିକୁ ବନ୍ଦ କରିବା ପାଇଁ କିପରି ଯତ୍ନ ବାନ ହେଉନାହାନ୍ତି ତାହା ଏବେ ସାଧାରଣରେ ମୁଳ ପ୍ରସଙ୍ଗ ପାଲଟିଛି ଓ ମନ୍ଦିର ଦୁର୍ନିତିରେ ସରକାରଙ୍କ ସମ୍ପୃକ୍ତିକୁ ସ୍ପଷ୍ଟ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ