କନ୍ଧମାଳ ସାଂସଦ ଉଦଘାଟନ କଲେ ଜିଲ୍ଲାପ୍ରେସ କ୍ଲବର ଅତିରିକ୍ତ ଗୃହ
ଫୁଲବାଣୀ, (ସୁନିଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଳବର ଅତିରିକ୍ତ ଗୃହକୁ ମଙ୍ଗଳବାର କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସାଂସଦ ପ୍ରତିନିଧ୍ଵ ଦେବେନ୍ଦ୍ର ସାମଲ, ଇଶ୍ଵର ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ଓ ଜିଲ୍ଲା ବାହାର ସାମ୍ବାଦିକମାନେ ଆବଶ୍ୟକ ସ୍ଥଳେ ରାତ୍ରୀ ଯାପନ କରିପାରିବେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ସାମନ୍ତ ସାମ୍ବାଦିକ ମାନେ ହିଁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ସେମାନେ ସର୍ବଦା ନିରପେକ୍ଷ ଭାବେ ସମ୍ବାଦ ପ୍ରକାଶ କରିବା ଉଚିତ ବୋଲି କହିଥିଲେ । ପ୍ରେସ କ୍ଲବ ପକ୍ଷରୁ ବରୀଷ୍ଠ ସାମ୍ବାଦିକ ତଥା ସଭାପତି ସୁନୀଲ ପଟ୍ଟନାୟକ, ସଂପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସାଂସଦ ଡଃ ସାମନ୍ତଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକାରୀ ସଭାପତି ଅଶୋକ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାଷଣ ଦେଇଥିବା ବେଳେ ଅନୁଷ୍ଠିତ ସଭାରେ ସଭାପତି ସୁନୀଲ ପଟ୍ଟନାୟକ ପ୍ରେସ କ୍ଲବର ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।