ବିଦ୍ୟାର୍ଥୀମାନଙ୍କୁ ଇଫକୋ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ପଠନ ସାମଗ୍ରୀ ପ୍ରଦାନ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପସ୍ଥିତ ଇଫକୋ ପାରାଦୀପ ୟୁନିଟ୍‌ର ଜ୍ୟୋତି ଲେଡିଜ୍ କ୍ଲବ ପକ୍ଷରୁ ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ କଲୋନୀ ବସ୍ତିର ୟୁ.ପି. ସ୍କୁଲରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କୁ ପଠନ ସାମଗ୍ରୀ ପ୍ରଦାନ କରାଯାଇଛି । ଜ୍ୟୋତି ଲେଡିଜ୍ କ୍ଲବ୍‌ର ସଭାନେତ୍ରୀ ମମତାବେନ୍ ପଟେଲଙ୍କ ସମେତ ଶଶି ଗୋୟଲ୍‌, ଅମ୍ବିକା ଶର୍ମା, ମିନି ନିଳାମ୍ବରମ୍‌, ସନ୍ଦୀପା ରଥ,ସମ୍ପାଦିକା ରୁମା ମଙ୍ଗଳମୂର୍ତ, ଯୁଗ୍ମ ସମ୍ପାଦିକା ସାଲିନୀ ପାଣ୍ଡେଙ୍କ ସମେତ ସହକାରୀ ପ୍ରବନ୍ଧକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲେଡିଜ୍ କ୍ଲବ୍ ପକ୍ଷରୁ ସ୍କୁଲର ପିଲାମାନଙ୍କୁ ସ୍କୁଲ ବ୍ୟାଗ୍‌, ଟିଫିନ୍ ବକ୍ସ, ପାଣି ବୋତଲ,ଜୋମେଟ୍ରି ବକ୍ସ, ପରୀକ୍ଷା ବୋଡ୍‌, ଖାତା,କଲର ବକ୍ସ ଆଦି ପ୍ରଦାନ କରାଯାଇଥିଲା । ସେହିପରି ବିଦ୍ୟାର୍ଥୀମାନଙ୍କୁ ସ୍ୱଛ ପାନୀୟ ଜଳ ପିଇବା ନିମନ୍ତେ ଏକ ଓାଟର ଫିଲଟର ମଧ୍ୟ ଯୋଗାଇ ଦିଆଯାଇଛି । ବିଗତ ଦିନରେ ରାହାମ ଅଂଚଳର ମହିଳା ସ୍ୱୟଂ ସହାୟିକା ଦଳଙ୍କୁ ସାହାଯ୍ୟ ଯୋଗାଇ ଦେଇ ଜ୍ୟୋତି ଲେଡିଜ୍ କ୍ଲବ୍ ପ୍ରଶଂସାର ପାତ୍ର ହୋଇଥିଲା । ବୟସ୍କ, ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ସାମଗ୍ରିକ ବିକାଶରେ ଇଫକୋର ଏହି ଲେଡିଜ୍ କ୍ଲବ୍ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଗାମୀ ଦିନରେ ଏହି ଭଳି ସମାଜସେବାରେ ନିଜକୁ ସାମିଲ କରି ଏକ ସୁସ୍ଥ ସମାଜ ଗଠନରେ ଜ୍ୟୋତି ମହିଳା ସମିତି ସହାୟକ ହେବ ବୋଲି କ୍ଲବ୍‌ର ସବାନେତ୍ରୀ ଶ୍ରୀମତୀ ପଟେଲ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ