ଛାତ୍ରୀଙ୍କ ଠାରୁ ମୋବାଇଲ ଲୁଟ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଭାତକରୁଆ ରାସ୍ତାରେ ଜଣେ ଛାତ୍ରୀଙ୍କ ଠାରୁ ମୋବାଇଲ ଲୁଟ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଭାତକରୁଆ ଗ୍ରାମର ଜଣେ କଲେଜ ଛାତ୍ରୀ ଶନିବାର ଦିନ କଲେଜ ସାରି ସାଇକେଲରେ ଘରକୁ ଫେରିବା ବାଟରେ ଭାତକରୁଆ ଗାଁ ଚିନରା ପୋଖରୀ ନିକଟରେ ବାଇକରେ ଆସୁଥିବା ତିନିଜଣ ଯୁବକ ତାଙ୍କୁ ଗୋଇଠା ମାରିଥିଲେ । ଫଳରେ ଛାତ୍ରୀ ଜଣକ ତଳେ ପଡିଯିବାରୁ ଯୁବକମାନେ ଛାତ୍ରୀର ମୋବାଇଲଟିକୁ ନେଇ ପଳାଇଥିଲେ । ରାସ୍ତାରେ ଆସୁଥିବା କିଛି ବାଟୋଇ ଭିନ୍ନ ଏକ କାର୍ଯ୍ୟରେ ଆସିଥିବା ଆନନ୍ଦପୁର ପୁଲିସ ଘଟଣା ସମ୍ପର୍କରେ ଜାଣିବାପରେ ଦୁର୍ବତ ମାନଙ୍କ ପିଛା କରିଥିଲେ । ମାତ୍ର ଦୁର୍ବୁତ ମାନଙ୍କୁ ଧରିବାରେ ସଫଳ ହୋଇପାରି ନଥିଲେ ।