ବିଶିଷ୍ଟ ନାଟ୍ୟ ନିର୍ଦେଶକ କୈଳାସ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶିଷ୍ଟ ନାଟ୍ୟ ନିର୍ଦେଶକ ତଥା ଜଣେ ଭଲ ମଣିଷ ଦିବଂଗତ କୈଳାସ ଚନ୍ଦ୍ର ନାୟକଙ୍କ ବିୟୋଗରେ କେନ୍ଦ୍ରାପଡାର ବାଲିପାଟଣା ଠାରେ ମୋହିନୀ କଳା ନିକେତନ ଏବଂ ମା’ ମୋହିନୀ ଡ୍ରାମାଟ୍ରିକ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶତୃଘନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ଅକ୍ଷୟ କୁମାର ତରାଇ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ନାୟକ, ଚିତ୍ତରଞ୍ଜନ ବେହୁରା, ସୁଧାଂଶୁ ଭୂଷଣ ଦାସ, ଉମାକାନ୍ତ ପଣ୍ଡା, ଦୀପକରଞ୍ଜନ ପଣ୍ଡା, ଗୋପାଳ ଚନ୍ଦ୍ର ସାହୁ, ଶରତ କୁମାର ସାହୁ, ଅଶ୍ୱିନୀ କୁମାର ମଲ୍ଲିକ, ଦୀଲ୍ଲିପ କୁମାର ମଲିକ, ଅଭୟ କୁମାର ଜେନା ଓ ଅନନ୍ତ କୁମାର ନାଥ ପ୍ରମୁଖ ଯୋଗଦେଇ ବିଶିଷ୍ଟ କଳାକାର ଦିବଂଗତ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।