ମୋହନା ଅଞ୍ଚଳରେ ସାବିତ୍ରୀ ଓଷା ପାଳିତ

ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ବ୍ଳକର ବିଭିନ୍ନ ସ୍ଥାନରେ ମହିଳାମାନେ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ସଧବା ମହିଳା ମାନେ ସକାଳୁ ସକାଳୁ ଉଠି ସ୍ନାନ ଶୌଚ ସାରି ନୂଆଁ ଲୁଗା ପରିଧାନ କରି ବିଭିନ୍ନ ଫଳଫୁଲ ଧରି ଘରେ ବା ମନ୍ଦିରରେ ବସି ନିଷ୍ଠାର ସହ ବ୍ରତ ପାଳନ କରିଥିଲେ । ବ୍ରାହ୍ମଣ ମନ୍ତ୍ର ପଢିବା ସହିତ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରି ବ୍ରତ କଥା ପାଠ କରିଥିଲେ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବ୍ରତଧାରୀ ମହିଳାମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ସେହିପରି ବିରିକୋଟ, ପାଣିଗଣ୍ଡା, ଅଡବା, ଲୁହାଗୁଡି, ଚନ୍ଦ୍ରଗିରି, ଚାନ୍ଦିପୁଟ ଆଦି ଅଞ୍ଚଳର ମହିଳାମାନେ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ