ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ୨୫ ଦିନରେ ପହଂଚିଲା : ବିଭିନ୍ନ ଛକରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ସୋମବାର ୨୫ ଦିନରେ ପହଂଚିଛି । ସାବିତ୍ରୀ ଅମାବାସ୍ୟା ହୋଇ ଥିବାରୁ ଆଜି ମାଙ୍କ ଘଟ ପରିକ୍ରମା ବନ୍ଦ ରହିଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମନ୍ଦିର ଠାରେ ମାଙ୍କୁ ଆଜି ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ଆଳତୀ ବେଳେ ବହୁ ସଂଖ୍ୟାରେ ମହିଳା ଭକ୍ତ ମାନେ ଯୋଗ ଦେଇ ମାଙ୍କୁ ଦର୍ଶନ କରିଥିଲେ । ଆଜି ମାଙ୍କ ଘଟ ପରିକ୍ରମା ବନ୍ଦ ଥିବାରୁ ଯାତ୍ରା କମିଟି ପକ୍ଷରୁ ସହରର ୫ ଟି ସ୍ଥାନରେ ମେଲୋଡି ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଷ୍ଟାଇଲ ବଜାର ସମ୍ମୁଖରେ କିଚେନ୍ -୯୯ ଏବଂ ରାଜୁ ଟେଣ୍ଟ ହାଉସ ସୈାଜନ୍ୟରୁ ଏକ ମେଲଡି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଜୁନିୟର ପପୁ କମେଡି କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକ ମାନଙ୍କ ମନମୁଗ୍ଧ ହୋଇ ଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଛତ୍ରପୁର ଆଖପାଖ ଅଂଚଳର ବହୁ ଜନ ସାଧାରଣ ଭିଡ ଜମାଇବା ସହ ମନ ଖୋଲି ଉପଭୋଗ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହ ଯୋଗ କରିଥିଲେ । ଆଉ ଯାତ୍ରା ଶେଷ ହେବାକୁ ଅଳ୍ପ ଦିନ ରହିଥିବାରୁ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛଛି । ସହର ସମେତ ଗ୍ରାମାଂଚଳରୁ ବହୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରିବା ସହ ଯାତ୍ରା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ରାମଦୋଳି ଓ ମୀନାବଜାର କୁ ଅଧିକ ମାତ୍ରାରେ ଆସୁଥିବା ଦେଖିବାକୁ ମିଳିଛି । ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଚଳଚଂଚଳ ହୋଇ ପଡିଥିବା ବେଳେ ସହର ଉତ୍ସବମୁଖର ହୋଇପଡିଛି । ସହରର ମୁଖ୍ୟ ରାସ୍ତାକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଦିନକୁ ଦିନ ପସରା ମେଲୁଥିବା ଦେଖିବାକୁ ମିଳିଛି । ସେହିପରି ସହରର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେବାଦେବୀଙ୍କ ମେଢ ଲୋକଙ୍କୁ ଅଧିକ ଆକର୍ଷୀତ କରିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ