ହିସାବ ନ ଦେଲା ପର୍ଯ୍ୟନ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ କୁ ପରିଚାଳନା କରିବେ ଗ୍ରାମର ଭଦ୍ର ବ୍ୟକ୍ତି

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ଦିନ ଠାରୁ ପ୍ରତ୍ୟେକ ମଣ୍ଡଳ ରଦ୍ଦ କରାଯାଇଥିବା ସଭାପତି ମାନେ ଯଦି ଜାତୀୟ ପରିଚୟ ପତ୍ର ପ୍ରଦାନ କରନ୍ତି ସେମାନଙ୍କ ପରିଚୟ ପତ୍ର ଗ୍ରହଣୀୟ ହେବ ନାହିଁ । କୌଳିକ ବାହାଘର କାର୍ଯ୍ୟକ୍ରମରେ ଯେଉଁ ଗ୍ରାମର ପୁଅ ସେହି ଗ୍ରାମର ଭଦ୍ର ବ୍ୟକ୍ତି ଏବଂ କନ୍ୟା ସେହି ଗ୍ରାମର ଭଦ୍ର ବ୍ୟକ୍ତି ଉଭୟ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଧଳା କାଗଜରେ ଲିଖିତ ଭାବେ ପରିଚୟ ପ୍ରଦାନ କରି ମାଙ୍ଗଳିକ କାର୍ଯ୍ୟ ପରିଚାଳନା ହେବ ବୋଲି ସୋମବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ୟ ସାଉଁଟିଆ ମହାସଂଘ ର ପୂର୍ବତନ ଉପଦେଷ୍ଠା ତଥା ପୂର୍ବତନ ଜିଲ୍ଲା ସଭାପତି ଭାଗିରଥି ପ୍ରଧାନ, ସାମାଜିକ କର୍ମୀ (ମାଟିଖାଲ ମଣ୍ଡଳ) ଡଃ ଦୁର୍ଯ୍ୟୋଧନ ପ୍ରଧାନ, ଆପନା ପ୍ରଧାନ, ଗୌର ହରି ପ୍ରଧାନ, ପୂର୍ବତନ ସମିତିସଭ୍ୟ ଭାଗିରଥି ପ୍ରଧାନ ଏବଂ ବୁଦ୍ଧିଆ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯେଉଁ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡଳ ସଭାପତି ମାନେ ମଣ୍ଡଳ, ଜିଲ୍ଲା, ରାଜ୍ୟ କିମ୍ବା ଆଂଚଳିକର ହିସାବ ପତ୍ର ଦେଇନାହାନ୍ତି ସେହ ଦିନ ପର୍ଯ୍ୟନ୍ତ ଏହି ଭଳି ଭାବେ ଲିଖିତ ଉଭୟ ଗ୍ରାମ ସଭ୍ୟଙ୍କ ଉପସ୍ଥିତିରେ ମାଙ୍ଗଳିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମଧ୍ୟ ସେମାନେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜର ସଭ୍ୟ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଓଡିଶା ରାଜ୍ୟ ସାଉଁଟିଆ ମହାସଂଘ ପକ୍ଷରୁ ଗତ ୨୮ ଓ ୨୯ ତାରିଖ ଦିନ ଟାଙ୍ଗଣାପଲ୍ଲି ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀର ଦ୍ୱିତୀୟ ଦିନ ତଥା ୨୯.୦୫.୨୦୨୨ ରେ ୧୯ ଗୋଟି ମଣ୍ଡଳ ସଭାପତି ବୈଠକ କରି ବେନିୟମ ଅସାମ୍ବିଧାନିକ ପ୍ରକ୍ରିୟାରେ ସଠିକ୍ ବ୍ୟକ୍ତିଙ୍କୁ ଚୟନ କରିନାହାନ୍ତି । ଯାହାକି, ସେମାନେ ଦୀର୍ଘ ୫୦ ବର୍ଷ ପର୍ଯ୍ୟନ୍ତ ମଣ୍ଡଳର ଦାୟିତ୍ୱ ନେଇଛନ୍ତି । ଆଜି ପର୍ଯ୍ୟନ୍ତ ମଣ୍ଡଳରେ କୌଣସି ହିସାବ ନ ଦେଇ ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି । ଏଣୁ ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ମଣ୍ଡଳରୁ ଆସିଥିବା ସଭ୍ୟଗଣ ହିସାବ ପଚାରିବାରୁ ଅଧାରୁ ଅଧିକ ସଭାପତିଗଣ ସଭାସ୍ଥଳକୁ ପଳେଇଗଲେ । ହିସାବର କୌଣସି ଉତ୍ତର ରଖିନଥିଲେ । ତେଣୁ ଏଥିରେ ଆସିଥିବା ସମାଜର ଜନସାଧାରଣ କ୍ଷୁବ୍ଧ ହୋଇ ବେଆଇନ ଭାବେ ନିଷ୍ପତ୍ତି ନେଇଥିବା ଚୟନକୁ ବିରୋଧ କରି ରଦ୍ଦ କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ପ୍ରତିନିଧି ମାନଙ୍କ ପଦ ପଦ୍ଦବୀ ରଦ୍ଦ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ