ଅପର ବସ ଷ୍ଟାଣ୍ଡ ନିକଟରେ ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଚୈତନ୍ୟ ଦେବି ମଣ୍ଡପ ଉଦଘାଟିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବି ମା ରାମାୟଣାମ୍ମା ଠାକୁରାଣୀ ଯାତ୍ରା ଉପଲକ୍ଷେ ସ୍ଥାନୀୟ ଅପର ବସ ଷ୍ଟାଣ୍ଡ ଠାରେ ଛତ୍ରପୁରରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଏକ ଚୈତନ୍ୟ ଦେବି ମଣ୍ଡପର ଉଦଘାଟନ ହୋଇଯାଇଛି l ଏହି ମଣ୍ଡପ କୁ ଛତ୍ରପୁର ଏନଏସି ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ଓ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ପରିଚାଳନା କମିଟି ର ପରିଚାଳକ କେ. ଚନ୍ଦ୍ର ଶେଖର ରେଡ୍ଡୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ରିବନ କାଟି ଉଦଘାଟନ କରିଥିଲେ l ଏହି ଚୈତନ୍ୟ ଦେବି ମଣ୍ଡପ ରେ କୁମାରୀ ମାନେ ଦୁର୍ଗା, ଲଷ୍ମୀ, ସରସ୍ବତୀ ଭଳି ବିଭିନ୍ନ ଦେବଦେବୀଙ୍କ ବେଶ ଧାରଣ କରି ନିଜର ମନ ଓ ଶରୀର କୁ ଏକାଗ୍ର ଚିତ୍ତ କରି ରହିଛନ୍ତି l ଏହି ମଣ୍ଡପ ଟି ଯାତ୍ରା ଶେଷ ତଥା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି l ରମାୟାଣାମ୍ମା ଙ୍କ ଚରିତ୍ର ଉପସ୍ଥାପନ କରି ବ୍ରହ୍ମାକୁମାରୀ ପ୍ରଦତ୍ତ ରାଜ ଯୋଗ ଆଧାରରେ କିପରି ନିଜ ମନ ଓ ଶରୀର କୁ ଏକାଗ୍ର ଚିତ୍ତ କରାଯାଇପାରିବ ତାହା ହିଁ ଏହାର ମୁଖ୍ୟ ଉଦେଶ୍ୟ l ଏଥିରେ ଭାଗ ନେଇଥିବା 7 ଜଣ କୁମାରୀ ହେଲେ ମାମାଲି, ଝୁନା, ସନ୍ଧ୍ୟା, ବୁଲି, ସୁନିତା, ମିତା ଓ ଭାଗ୍ୟଶ୍ରୀ l ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ସଂଚାଳିକା ବି. କେ. ବିଜୟଲଷ୍ମୀ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ