ଅବସର ନେଲେ ତିନି ଶିକ୍ଷକ ଶିକ୍ଷୟିତ୍ରୀ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ର ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି I ସେମାନେ ହେଲେ ଶିକ୍ଷକ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋଚନ ସେଠୀ, କାଳିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ଗୌଡ ଏବଂ କଣ୍ଟାଡୋର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ତ୍ରିପାଠି I ଅବସର ଗ୍ରହଣ କରିଥିବା ତିନି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏବିଇଓ ସବିତା କୁମାରୀ ମଲ୍ଲିକ, ଜଗନ୍ନାଥପ୍ରସାଦ ଏବିଇଓ ସୀମାଞ୍ଚଳ ଜାନୀ, ଶିକ୍ଷକ ସଂଘ ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ସମ୍ପାଦକ ବାଳକୃଷ୍ଣ ସାବତ, ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ବଲ୍ଲଭ ପଣ୍ଡା, ଉପଦେଷ୍ଟା ସୁବ୍ରତ ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ,କିରାଣୀ କମଳ ଲୋଚନ ଦୋରା ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପେନ୍ସନ୍ ସମ୍ଵନ୍ଧୀୟ କାଗଜପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା I


