ନବ ନିର୍ବାଚିତ ପଂଚାୟତ ଜନ ପ୍ରତିନିଧିଙ୍କ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ନବ ନିର୍ବାଚିତ ପଂଚାୟତ ଜନ ପ୍ରତିନିଧିଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନବ ନିର୍ବାଚିତ ପଂଚାୟତ ଜନ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଫାଇଭ ଟି ଅଭିଯାନରେ ସ୍ୱଚ୍ଛ ଶାସନରେ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି କିଭଳି ପୂରଣ କରାଯାଇ ପାରିବ ତାହା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ଗ୍ରାମାଂଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ । ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଂଚାଇବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଶିବିରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଓ ଟାଙ୍ଗଣାପଲ୍ଲୀ ସରପଂଚ ବି. ସୁଦାମ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡି, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଏବଂ ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ଏବଂ ଜିଲ୍ଲା ପରିଷଦ ସଭ୍ୟ ମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ