ତିର୍ତ୍ତୋଲ ପୋଲିସ କୁ ବଡ ସଫଳତା

ଜଗତସିଂହପୁର, ( ଅଭିଷେକ ତ୍ରିପାଠୀ ) :-ତିର୍ତ୍ତୋଲ ଥାନା ଅଞ୍ଚଳରୁ ଗତ ୧୮ ତାରିଖ ସକାଳେ ଅଧ୍ୟାପକଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ହାତଗୋଡ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ବଡ ସଫଳତା ମିଳିଛି। କୁଜଙ୍ଗ ଓ ପାରାଦ୍ୱୀପ ଲକ୍ ଥାନା ଅଞ୍ଚଳରୁ ଦୁଇ ଲୁଟେରା ସମେତ ଭଦ୍ରକ ଅଞ୍ଚଳରୁ ସୁନାଗହଣା କିଣିଥିବା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଗହଣା ଜବତ ହୋଇଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ହେଲେ ପାରାଦ୍ୱୀପ ଲକ୍ ଥାନା ବଲିଢିଅ ଗ୍ରାମର ସିନ୍ଧୁ ନାୟକଙ୍କ ୩୨ବର୍ଷର ପୁଅ ଆଲୋକ ପଟ୍ଟନାୟକ, କୁଜଙ୍ଗ ଥାନା ପାଟପୁର ଗ୍ରାମର ବିଭୂରଞ୍ଜନ ସ୍ୱାଇଁଙ୍କ ସ୍ତ୍ରୀ ରୋଜାଲିନ ସ୍ୱାଇଁ ୨୮ବର୍ଷ ଓ ଭଦ୍ରକ ହଳଦିଆ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ରାଜେନ୍ଦ୍ର ବେହେରା । ଏମାନଙ୍କ ଠାରୁ ୩୧.୬୫ ଗ୍ରାମର ସୁନାଗହଣା ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୪୭ ହଜାର ଟଙ୍କା, ନଗଦ ୪୫ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଛି । ଗତକାଲି ମୁଖ୍ୟ ଅଭିଯୁକ୍ତ ଆଲୋକ ମହାପାତ୍ରକୁ ପାରାଦ୍ୱୀପ ଲକ ଥାନା ବାଲିଢିଅ ଗ୍ରାମରୁ ତିର୍ତ୍ତୋଲ ଆଇଆଇସି ଯୁଗଳ କିଶୋର ଦାସଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗିରଫ କରିବା ପରେ ଭଦ୍ରକ ହଳଦିଆ ରୁ ସୁନା କିଣିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ରାଜେନ୍ଦ୍ର ବେହେରାଙ୍କୁ ଗିରଫ କରି ସୁନାଗହଣା ଜବତ କରିଥିଲେ । ଆଜି ମଧ୍ୟାହ୍ନରେ କୁଜଙ୍ଗ ଥାନା ପାଟପୁର ଗ୍ରାମରୁ ରୋଜାଲିନ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ଡାକ୍ତରୀ ପରିକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।ଘଟଣା ଭିଆଇଥିବା ଆଲୋକ ଓ ରୋଜାଲିନ ସମ୍ପର୍କରେ ମାମୁଁ ଭାଣିଜୀ ବୋଲି ସୁଚନା ମିଳିଛି। ୧୮ତାରିଖ ସକାଳ ୮ଟା ବେଳେ ତିର୍ତୋଲ ଲକ ବଜ଼ାର ରେ ରହୁଥିବା ଅଧ୍ୟାପକ ଙ୍କ ଘରୁ ଦିନ ଦିପହର ରେ ଲୁଟ କରି ଫେରାର ହୋଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ