ବିଜୁ ପକ୍କା ଘର ସ୍ୱପ୍ନ : ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଳଗାଁ ଗ୍ରାପ ଦୁମାଡ଼ିହି ଗାଁ ର ଦୀର୍ଘ ୩୮ ବର୍ଷ ରହଣି ପରେ ମଧ୍ୟ ଉଭୟ ରାଜ୍ୟ ଓ ଭାରତ ସରକାରଙ୍କ ଆବାସ ଯୋଜନାରୁ ପୂଜକ ନବ କିଶୋର ଶତପଥୀ ବଂଚିତ ହୋଇଛନ୍ତି | ତାଳଗାଁ ଧବଳେଶ୍ୱର ପୀଠର ପୂଜକ ନବ କିଶୋର ଶତପଥୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି, ରାସନକାର୍ଡ ଥିବାରୁ ପଞ୍ଚାୟତରୁ ଚାଉଳ ମଧ୍ୟ ପାଉଛନ୍ତି | କିନ୍ତୁ ତାଙ୍କର ଅଭିଯୋଗ ଯେ ସେ ପକ୍କା ଘର ପାଇବା ପାଇଁ ଦୁଇଥର ଫର୍ମ ପୂରଣ କରି ପଞ୍ଚାୟତରେ ଦାଖଲ କରିଥିଲେ |ପଲ୍ଲୀ ସଭାରେ ଦୁଇଥର ଲେଖାଏଁ ପଞ୍ଚାୟତରେ ଆବାସ ଯୋଜନାରୁ ନାମ କାଟି ଦିଆଯିବା କଥା ପ୍ରକାଶ କରିଛନ୍ତି | ଏ ନେଇ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ‘ଶତପଥୀ’ ଟାଇଟେଲ୍ ଥିବାରୁ ଏହି ଯୋଜାନାରେ ସାମିଲ୍ ହେଉ ନାହିଁ |ଆଉ ମଧ୍ୟ ଭୂମିହୀନ ପାଇଁ ମଧ୍ୟ କୌଣସି ପ୍ରକାରରେ ଘରଡିହ ବଣ୍ଟନ କରାଯାଇ ପାରିବ ନାହିଁ | ଆମ ଦେଶରେ ସମସ୍ତେ ସମାନ ବୋଲି ଯେଉଁ କଥାଟି ପ୍ରଚଳିତ ତାହା ବୋଧେ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକରେ ଭିନ୍ନ ଆଉ ଆମ ଭାରତ ଦେଶର ଜାମଦା ବ୍ଲକ ନୁହେଁ କି?ସମସ୍ତେ ସରକାରଙ୍କ ଆବାସ ଯୋଜନାରେ ସାମିଲ୍ ହେଉଥିବା ବେଳେ ପୂଜକ ନବ କିଶୋର ଶତପଥୀ ଏଥିରୁ ବଂଚିତ ବୋଲି କ୍ଷୋଭ ସହକାରେ ପ୍ରକାଶ କରିଛନ୍ତି |ଉପଜିଲ୍ଲାପାଳ,ଜିଲ୍ଲାପାଳ,ସରକାର ସଠିକ ବିଚାର କରି ଏଇ ସମସ୍ୟାର ସମାଧନ କରିବାକୁ ସେ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ