ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା 29ଦିନରେ ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ କଲେ ପୂର୍ବତନ ସାଂସଦ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର 29 ଦିନରେ ପହଂଚିଛି । ଆଜି ମା ରାମାୟାଣାମ୍ମା ଙ୍କୁ ଦର୍ଶନ କରିବା ଲାଗି ପୂର୍ଵତନ ସାଂସଦ ଡ଼ଃ. ସିଦ୍ଧାନ୍ତ ମହାପାତ୍ର ଆସି ମାଙ୍କୁ ଦର୍ଶନ କରିଛନ୍ତି । ପୂର୍ବତନ ସାଂସଦଙ୍କ ସହ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ବିଧାୟକ ଙ୍କ ପ୍ରତିନିଧି ଏନ. ୱାର୍ଦ୍ଧରାଜୁଲୁ ରେଡ୍ଡୀ, ଆଇନଜୀବୀ ପି. ଧର୍ମା ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ ଓ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ବାପି ଦାସ, ଯୁବ ବିଜେଡି ର ଜିଲ୍ଲାସଭାପତି ଭବାନୀକାନ୍ତ ସାହୁ,ବିଜେଡ଼ି ନଗର ସଭାପତି ବି. ରାଜୁ ବାବୁ,ପୂର୍ବତନ ନଗର ସଭାପତି ଆୟୁବ ଖାନ,ସୟଦ ମୁକ୍ତାର, ମାର୍କଡ଼ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରାଙ୍କ ସମେତ ବହୁ ଜନସାଧାରଣ ଏବଂ ପଂଚାୟତ ଜନ ପ୍ରତନିଧି ମାନେ ସ୍ଥାନୀୟ ଚଣ୍ଡୀଛକ ଠାରୁ ଶୋଭାଯାତ୍ର ରେ ଆସି ମାଙ୍କ ଦର୍ଶନ କରୁଛନ୍ତି l ସେଠାରେ ଯାତ୍ରା କମିଟିର ମ୍ୟାନଜର କେ. ଚନ୍ଦ୍ର ଶେଖର ରେଡ୍ଡୀ ପୂର୍ବତନ ସାଂସଦ ଡ଼ଃ. ମହାପାତ୍ର ଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଙ୍କୁ ଉପ-ଢୋକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ l ମାଙ୍କ ଦର୍ଶନ ବେଳେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ ମଧ୍ୟ ଉପସ୍ଥିତ ରହି ଥିଲେ l ସେହିପରି ବହୁ ଭକ୍ତ ମାନେ ମଧ୍ୟ ମାଙ୍କ ଘଟ ପରିକ୍ରମା ବେଳେ ଛତ୍ରପୁର ଏବଂ ଆଖପାଖ ଅଂଚଳରୁ ଆସି ମା ଙ୍କୁ ଦର୍ଶନ କରିଥିଲେ । ମାଙ୍କ ଘଟ ସମ୍ମୁଖରେ ଆନ୍ଧ୍ରା କାଳୀ ନୃତ୍ୟ, କାଳୀ ନୃତ୍ୟ, ବିଭିନ୍ନ ଦେବାଦେବୀଙ୍କ କଣ୍ଢେଇ ପ୍ରଦର୍ଶନ କରାଯାଇଥିଲା । ଏହା ଦେଖିବା ଲାଗି ଛତ୍ରପୁର ସହର ଚଳଚଂଚଳ ହୋଇପଡିଥିବା ବେଳେ ସାରା ସହର ଉତ୍ସବମୁଖର ହୋଇପଡିଛି ସହର ର ମୁଖ୍ୟ ରାସ୍ତାକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଦିନକୁ ଦିନ ପସରା ମେଲୁଥିବା ଦେଖିବାକୁ ମିଳିଛି । ସେହିପରି ସହରର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେବାଦେବୀଙ୍କ ମେଢ ଲୋକଙ୍କୁ ଅଧିକ ଆକର୍ଷିତ କରିବାରେ ଲାଗିଛି । ମାଙ୍କ ଯାତ୍ରା ଶେଷ ହେବାକୁ ଆଉ ଅଳ୍ପ ଦିନ ରହିଥିବାରୁ ଆଜି ପ୍ରବଳ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଛି । ଏହାସହିତ ମୀନା ବଜାର ଓ ରାମ ଦୋଳି ରେ ମଧ୍ୟ କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ ବୟସ୍କ ପର୍ଯ୍ୟନ୍ତ ଭିଡ ଜମିଥିବା ଦେଖିବାକୁ ମିଳିଛି ।


