ବିଶ୍ୱ ପରିବେଶ ଦିବସ ଓ ଆଇନ ସଚେତନତରା ଶିବିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଡାର ବ୍ଲକ ଅନ୍‌ର୍ଗତ ବୁଡ୍ରୁକିଆ ପଂଚାଂୟତର ବିରାଗୁଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିରାଗୁଡା ଠାରେ ତାଲୁକ ଆଇନ ସେବା ପ୍ରାଧିକରଣର ସୌଜନ୍ୟରେ ବିଶ୍ୱ ପରିବେଶ ଦିବସ ଓ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ସବ ଜର୍ଜ ଦୀପଙ୍କର ପଟ୍ଟନାୟକଙ୍କ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ବରିଷ୍ଠ ଆଇନଜୀବି ରବୀନ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା, ସହକାରୀ ଶିକ୍ଷକ ଅଲେଖ ରଣା ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ପରିବେଶ ଦିବସର ତାପ୍ୱର୍ଯ୍ୟ ଓ ପରିବେଷ ଏବଂ ଜଙ୍ଗଲ ପାଇଁ ଥିବା ବିଭିନ୍ନ ଆଇନ ସଚେତନତା ଉପରେ ଅବଗତ କରାଇଥିଲେ ।ସ୍ୱାଗତ ଓ ଧନ୍ୟବାଦ ଭାଷଣ ବନବାସୀ ସମିତିର କୋଡିନେଟର ରଂଜିତ କୁମାର ପଣ୍ଡା ଦେଇଥିଲେ । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ