ୟୁରୋ ସ୍କୁଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପକ୍ଷରୁ ଛତ୍ରପୁର ଷ୍ଟାଡିୟମ ପରିସରରେ ବିଭିନ୍ନ ରକମର ବୃକ୍ଷରୋପଣ କରାଯାଇଛି । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜେ ନିଜେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ସ୍କୁଲ ପକ୍ଷରୁ ଏହି ଦିବସ ଅବସରରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟ କରା ଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହ ଯୋଗ କରିଥିଲେ ।


