ରୋଟାରୀ କ୍ଲବ ଆଠଗଡ଼ ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ପୁଷ୍ପଚାରା ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ନୂତନ ଭାବେ ଗଠିତ ରୋଟାରୀ କ୍ଲବ ଆଠଗଡ଼ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ଓ ଚାର୍ଟର ସେକ୍ରେଟାରୀ ବରୁନ ରାଜଙ୍କ ୪୧ତମ ସ୍ୱନକ୍ଷତ୍ର ଉତ୍ସବ ଆଜି ମଧ୍ୟାହ୍ନରେ ଆଠଗଡ଼ସ୍ଥ ପରମାନନ୍ଦ ଭବନଠାରେ କ୍ଲବର ସଭାପତି ମାନସ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ନିରାକାର ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ କ୍ଲବର ପରାମର୍ଶଦାତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ବାର୍ତ୍ତା ପଢିବା ପରେ ବିଶ୍ୱ ପରିବେଶ ଦିବସ ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ବେହେରା ଆମ ପରିବେଶର ସୁରକ୍ଷା ଆମ ହାତରେ ଓ ଛାତ୍ର ଯୁବକ ମାନେ ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଅନ୍ୟୁନ ଗୋଟିଏ ଗଛ ନିଜ ବାସଗୃହ ହେଉ ବା ବିଦ୍ୟାଳୟ ପ୍ରାଙ୍ଗଣରେ ଲଗାଇବାକୁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ଶ୍ରୀ ରାଜ ତାଙ୍କ ଜନ୍ମଦିନ ଅବସରରେ ସମସ୍ତ ସଦସ୍ୟ ମାନଙ୍କୁ ପୁଷ୍ପଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକୁ ଆଠଗଡ଼ର ସମସ୍ତ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଗୁରୁ ଚରଣ ପ୍ରଧାନ, ସୁରେଶ୍ୱର ପ୍ରଧାନ ଓ ଚିନୁରାଣି ବେହେରା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ