ଟାଉନଫାଣ୍ଡି ପରିସରରୁ ଗଛକାଟି ବିବାଦରେ ଟାଉନ ଥାନା ଅଧିକାରୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଟାଉନ ଥାନା ଅଧିନ ପୁରୁଣା ବସଷ୍ଟାଣ୍ଡସ୍ଥିତ ୨ନମ୍ବର ଟାଉନ ଫାଣ୍ଡି ପରିସରରେ ଥିବା ଦେବଦାରୁ ଗଛ ଗୁଡିକ ବନ ବିଭାଗ କିମ୍ବା ତହସିଲଦାରଙ୍କ ବିନା ଅନୁମତିରେ ଗଛ କାଟିବା ଘଟଣା ଅଂଚଳରେ ସାରା ସହରରେ ଗୁଞ୍ଜରଣ ସୃଷ୍ଟି କରିଛି । ଛାୟା ପ୍ରଦାନ କରୁଥିବା ସେହି ବୃକ୍ଷ ଗୁଡିକ କଟାଯିବାର କୈାଣସି ଆବଶ୍ୟକତା ନଥାଇ ବିନା କାରଣରେ କଟାଯିବା ଘଟଣା ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ବିଭାଗର କେତେକ ତଳିଆ କର୍ମଚାରୀ ମଧ୍ୟ ଏଭଳି ନକରିବାକୁ ପରାମର୍ଶ ଦେବା ସତ୍ୱେ ସେସବୁ ନଶୁଣି ଗଛ କଟାଯାଇଥିବା ଶୁଣିବାକୁ ମିଳିଛି । ଟାଉନ ଥାନା ଅଧିକାରୀ ଜଣେ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ କିଭଳି ବେନିୟମ ଭାବରେ ସେହିସବୁ ଗଛ ଗୁଡିକ କାଟିବାକୁ ନିର୍ଦେଶ ଦେଲେ ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କତୃପକ୍ଷ ଏଭଳି ଘଟଣା ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ