ଇଟାଲୀ, ପୋଲିଶ ଓ ଆଳବାନିୟନ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଇଟାଲୀ, ପୋଲିଶ ଏବଂ ଆଲବାନିୟନ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ବହୁ ଚର୍ଚ୍ଚିତ ପ୍ରେମ କବିତା ‘ସେଦିନ ବି’ । ଏହି କବିତା ଇଂରାଜୀରେ ଡ଼. ତପନ କୁମାର ରଥଙ୍କ ଦ୍ୱାରା ଅନୁଦିତ ହେବା ପରେ ଇଟାଲୀ ଭାଷାରେ ବିଶିଷ୍ଟ ଇଟାଲୀଅନ କବି ଫ୍ରାନକା କୋଲୋଜୋ ଯିଏ ଆମେରିକା ୟୁନିଭର୍ସିଟିରେ ଅନରାରୀ Ph.D କରି ନ୍ୟୁୟର୍କ ୟୁନିଭର୍ସିଟିରେ ଗବେଷଣା କରୁଛନ୍ତି । ସେ ଉକ୍ତ କବିତାକୁ ତାଙ୍କ ଇଟାଲୀ ପତ୍ରିକା ଲାରେଚେରଚେ. ଇଟ ରେ ପ୍ରକାଶିତ କରି ଛନ୍ତି । ସେଭଳି ଭାବରେ ଉକ୍ତ କବିତାକୁ ପୋଲିଶ ଭାଷାରେ ଅନୁଦିତ କରିଛନ୍ତି ବିଶିଷ୍ଟ କବି, ବହୁ ପତ୍ର ପତ୍ରିକାର ସମ୍ପାଦକ, ଅନୁବାଦକ, ଆନ୍ତାର୍ଜାତିକ ଖ୍ୟାତନାମ କବି ‘ମାଗଡ଼ାଲେନା କାପୁସସିନକା’ । ଯିଏ ଜଣେ ଦକ୍ଷ ଅନୁବାଦକ, ପୋଲିସ ଭାଷାର ଚର୍ଚ୍ଚିତ କବି, ସମ୍ପାଦକ ଏବଂ ବହୁ ପୁସ୍ତକର ରଚୟିତା ଅଟନ୍ତି । ସେ ଉକ୍ତ କବିତାକୁ ପୋଲାଣ୍ଡ ର ପୋଇଟାରିଏଟ ସାହିତ୍ୟ ପତ୍ରିକାରେ ପ୍ରକାଶନ କରିଛନ୍ତି ଏବଂ ବେଳଜିଅମ ସ୍ଥିତ ବିଶିଷ୍ଟ ଆଳବାନିୟନ କବି ପ୍ରଫେସର ଡ଼. ଜିଟନ କେଲମେଣ୍ଡି ଡ଼.ନିଆଲଙ୍କ କବିତାକୁ ଆଳବାନିୟନ ଭାଷାରେ ଅନୁଦିତ କରିଛନ୍ତି । ସେ ବେଲଜିୟମ ସ୍ଥିତ ବହୁ ସାହିତ୍ୟ ସଂଗଠନର ନିର୍ଦେଶକ ଏବଂ ସିଙ୍ଗାପୁରରେ ବିଶ୍ୱ ସଂସ୍କୃତି ଏବଂ କଳା ସମାଜର ପରାମର୍ଶ ଦାତା ଅଛନ୍ତି । ତାସହ ୟୁରୋପୀୟ ବିଜ୍ଞାନ ଏବଂ କଳା ଏକାଡେମୀର ସଦସ୍ୟ ଅଛନ୍ତି ଏବଂ ତାଙ୍କ ବେଳଜୀୟମ ସ୍ଥିତ ବହୁ ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ ଇୱା ବୋଗଦାନୀ ‘ ରେ ତାଙ୍କ ଦ୍ୱାରା ଅନୁଦିତ ହେଇଥିବା କବିତା ପ୍ରକାଶିତ କରିଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ,ଆଳବାନିୟନ, ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ । ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ,ଗୋବିନ୍ଦ ସାହୁ, ଲିଙ୍ଗରାଜ ପାତ୍ର ଏବଂ ଡ଼. ତପନ କୁମାର ରଥ ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ,ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ୍ ପ୍ଲେନାଟୋ,ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ୍ ଗୁସ୍ତାଭୋ ବେନାଭିଡିସ୍,ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି,ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ,ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା,ଭିଏତନାମା ଭାଷାରେ କବି ମେ ହୋଆ ଡୁ, ଆଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍, ଜର୍ମାନୀ ଭାଷାରେ ବିଶିଷ୍ଟ ଜର୍ମାନୀ କବି ଆନଚିଆ ଷ୍ଟିନ, ଜାପାନ ଭାଷାରେ ଜାପାନୀୟ କବି ମାକି ଷ୍ଟାରଫିଲ୍ଡ, କାଜକିସ୍ଥାନର କିର୍ଗିଜ୍ ଭାଷାରେ କବି ପେରିସତ କୋସୋଇଭିନା ଏଅବଦାଲିଇବା ବିଶକେକ ଏବଂ ହିବ୍ରୁ ଭାଷାରେ କବି ତାଳି କୋହେନ ସାବତାଇ ଅନୁବାଦ କରିଛନ୍ତି । କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରୁ ଖୁସିର ସୁଅ ଛୁଟିଛି ।


