ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୨୨-୨୫ ବର୍ଷ ପାଇଁ କାର୍ଯ୍ୟକାରିଣୀ କମିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରେମୁଣା କଲ୍ୟାଣ ମଣ୍ଡପ ପରିସରରେ ବାଲେଶ୍ୱର ଟାଉନ, ସହଦେବଖୁଣ୍ଟା, ରେମୁଣା, ଶିଳ୍ପାଂଚଳ ସହିତ ସଦର ବ୍ଲକରୁ ପ୍ରତିନିଧିତ୍ୱ ପାଇଁ କାର୍ଯ୍ୟକାରିଣୀ କମିଟି ସଦସ୍ୟ ନିର୍ବାଚନ ହୋଇଥିଲା । ଜିଲା କମିଟି ସଭାପତି ଉମାକାନ୍ତ ମହାପାତ୍ର ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ନିର୍ବାଚନ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରମୋଦ କୁମାର ମହାନ୍ତି ଦ୍ୱାୟିତ୍ୱ ତୁଲାଇ ଥିବା ବେଳେ ଇନ୍ଦୁଭୂଷଣ ପାତ୍ର ସହ-ଅଧିକାରୀ ଭାବେ ଏଥିରେ ସହଯୋଗ କରିଥିଲେ । ଏହି ନିର୍ବାଚନରେ ବାଲେଶ୍ୱର ଟାଉନ ଜୋନରେ ୮ଟି କାର୍ଯ୍ୟକାରିଣୀ କମିଟି ସଦସ୍ୟ ପଦ ପାଇଁ ୧୨ଜଣ ଓ ସହଦେବଖଣ୍ଟା ଜୋନର ୪ଟି କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ରେମୁଣା, ଶିଳ୍ପାଞ୍ଚଳର ଓ ସଦର ବ୍ଲକରୁ ୩ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ପରେ ଅପରାହ୍ନ ୪ଟାରେ ଭୋଟଗଣତି କରାଯାଇଥିଲା । ଏଥିରେ ବିଭିନ୍ନ ଜୋନରୁ ଅକ୍ଷୟ କୁମାର ବେହେରା, ଅତୁଲ କୁମାର ଶତପଥୀ, ଗୌରାଙ୍ଗ କୁମାର ଜେନା, ମୃତ୍ୟୁଞ୍ଜୟ ସାହୁ, ଲକ୍ଷ୍ମୀନାରାୟଣ ସାହୁ, ନୀରଜ କୁମାର ସାହୁ, ପ୍ରମୋଦ କୁମାର ମହାନ୍ତି, ଉମାକାନ୍ତ ମହାପାତ୍ର, ଇନ୍ଦୁଭୂଷଣ ପାତ୍ର, ନିକୁଞ୍ଜ କିଶୋର ମହାନ୍ତି, ସୁମନ୍ତ କୁମାର ମିଶ୍ର, ତାପସ କୁମାର ସେନାପତି, ଅନ୍ତର୍ଯ୍ୟାମୀ ଗିରି, ଦେବାଶିଷ ନନ୍ଦ, ସଞ୍ଜୟ କୁମାର ବେହେରା, ସୁରେଶ ଚନ୍ଦ୍ର ପଣ୍ଡା, ଘନଶ୍ୟାମ ବେହେରା, ବଟକୃଷ୍ଣ ଘୋଷ, ପ୍ରଦୀପ କୁମାର ପାଢୀ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଜିଲା କମିଟିର ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।


