ବର୍ଦ୍ଧନପୁରରେ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧନପୁର ପଞ୍ଚାୟତରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣିନାଗେଶ୍ୱର ବାତ୍ୟାଶ୍ରୟ ସ୍ଥଳରେ ସକାଳ ୯ଟାରୁ ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଡାକ୍ତର ମହେଶ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ଥାନୀୟ ସରପଞ୍ଚ ଆରତୀ ଶତପଥୀ, ସମିତି ସଭ୍ୟା ରହପ୍ରିୟା ମହାକୁଡ଼, ସମାଜସେବୀ ଲୋକନାଥ ଶତପଥୀ, ଗୋପୀନାଥ ମହାକୁଡ଼, ହେମନ୍ତ ପଣ୍ଡା, ସାମ୍ବାଦିକ ରବିରଞ୍ଜନ ଦାସ, ଅଧ୍ୟାପକ ସମର ବଲ୍ଲଭ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ତ୍ତିକ ବେହେରା, ବଳଭଦ୍ର ବେହେରା, ମୁକ୍ତିକାନ୍ତ ବାରିକ, ଭଗବାନ ବାରିକ, ମନୋରଞ୍ଜନ ସିଂ, ଶ୍ରୀକାନ୍ତ ମଲିକ, ହରେକୃଷ୍ଣ ବେହେରା, ସାଗର ମଲିକ, ହରିହଦ ଦାସ, ସନ୍ତୋଷ କୁମାର ବାରିକ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶିବର ଶେଷସୁଦ୍ଧା ମୋଟ ୧୨୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


