ବିଭିନ୍ନ ସ୍ଥାନରେ ରଜ ଉତ୍ସୋବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ କଲୋନୀ ଠାରେ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଏବଂ ସାଂସ୍କୃତିକ କାର‌୍ୟ୍ୟକ୍ରମ ଯଥା:- ରଜଦୋଳି, ଗୀତ ଓ ନାଚର ଆସର ଆୟୋଜନ କରା ଯାଇଥିଲା । ଏଥିରେ କାଉନସିଲର ଧରିତ୍ରୀ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର , ଭାଗ୍ୟ ଲକ୍ଷ୍ମୀ ନାୟକ , ସ୍ଵର୍ଣ୍ଣ ପ୍ରଭା ପାଠୀ , ଅଳକା ସାହୁ , ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ରଜ ଉତ୍ସବର ମାହାତ୍ମ୍ୟ ସଂପର୍କରେ ବୁଝାଇ ଥିଲେ  । ଏହି ରଜ ଉତ୍ସବ କାର‌୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା :- ପୋଡ଼ ପିଠା , ଗଜା , କାକରା , ଆରିସା ଓ ଅନ୍ୟାନ୍ୟ ମିଠା ମିଠା ସହିତ ରଜପାନ ଓ ଶୀତଳ ପାନୀୟ ପରିବେଷଣ କରା ଯାଇଥିଲା । ସୁଶ୍ରୀ ଅନ୍ଵେଷା ଏକ ସୁନ୍ଦର ଜଗନ୍ନାଥ ଜଣାଣ ଗାନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କୁ ନେଇ ନାଚର ଆୟୋଜନ କରା ଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନର ସଦସ୍ୟା ମାନେ ସୁନୀତା ରଥ, ରାଜେଶ୍ଵରୀ ବେବର୍ତ୍ତା , ବିଷ୍ଣୁପ୍ରୀୟା ବେହେରା , ମଧୁସ୍ମିତା ପାଢ଼ୀ , ମେଗା ପଣ୍ଡା ପ୍ରମୁଖ , ଉପସ୍ଥିତ ରହି ଏହି କାର‌୍ୟ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବ ଶେଷରେ ସୁନୀତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ