ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଲେ ପରୀକ୍ଷାର୍ଥୀ  ଯୁବକ : ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ଜୋରଦାର 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଭାରତ ସରକାରଙ୍କ  ସେନା ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ ଘୋଷଣା ହେବାଠାରୁ ସାରା ଦେଶରେ ଆର୍ମି ପାଇଁ  ପ୍ରସ୍ତୁତ ହେଉଥିବା ଯୁବକ ମାନେ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି, ତେବେ  ସୋମବାର  ଛତ୍ରପୁର ରେଲୱେ ଷ୍ଟେସନକୁ ଆନ୍ଦୋଳନକାରୀ ଘେରିବା ସହ ଷ୍ଟେସନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୋରଦାର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯୁବକ ମାନେ ନାରାବାଜି ଦେଇଥିଲେ  । ତେବେ ଏ ଅଗ୍ନିପଥ ନିଆଁ ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ହେବା ସହ ଗଞ୍ଜାମ ଜିଲ୍ଲାରେ  ମଧ୍ୟ ଏହାର ପ୍ରଭାବ ପ୍ରତିବାଦର ସ୍ବର କିଛିଦିନ ହେଲା ଦେଖିବାକୁ ମିଳୁଛି । ପୂର୍ବରୁ ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରୁ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଶହ ଶହ ଛାତ୍ର ଯୁବକ ଆରଡିସିଙ୍କ କାର୍ଯ୍ୟାଳୟ କୁ ଘେରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ପୁଣି ସୋମବାର ସର୍ବ ଭାରତୀୟ  ଡାକରାକୁ ରକ୍ଷା କରି ଗଞ୍ଜାମର ଆର୍ମି ଆଶାୟୀ ଯୁବକ ମାନେ ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଥିଲେ । ତେବେ ପୂର୍ବରୁ ଛତ୍ରପୁର ରେଲୱେ ଷ୍ଟେସନରେ ଆଗୁଆ ସୂଚନା ରଖି ବ୍ଯପକ ମାତ୍ରାରେ ପୋଲିସ ଛାଉଣି ସହ ଷ୍ଟେସନ ପରିସରରେ ସୁରକ୍ଷାକର୍ମୀ ମୁତାୟାନ ଥିବାରୁ ଆନ୍ଦୋଳନ କର୍ମୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ ଯାହାଫଳରେ ପୋଲିସଙ୍କ ସହ ଦ୍ବନ୍ଦ ଉପୁଜିଥିଲା ଏବଂ ଯୁବକ ମାନେ ଷ୍ଟେସନ ସାମ୍ନାରେ ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ