ଦିବ୍ୟାଙ୍ଗ ଜନସମାଧାନ ଶୁଣାଣୀ
ଛତ୍ରପୁର, (ଓ୍ବାଇଏନ୍ଏସ୍) :-ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଜନ ସମାଧାନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ସମୁଦାୟ ୪ଗୋଟି ଭିନ୍ନକ୍ଷମ ଏବଂ ୧୦ ଗୋଟି ସାଧାରଣ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଏହି ଦିବ୍ୟାଙ୍ଗଜନ ସମାଧାନ ବେଳେ ଛତ୍ରପୁର ବ୍ଲକ୍ ର ତିନିଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ତିନିଜଣ ବ୍ୟକ୍ତି ବିଶେଷଙ୍କୁ ଡି.ଆର୍.ଆଇ. ଲୋନ୍ ପ୍ରଦାନ କରିଥିଲେ । ଆଜିର ଜନ ଶୁଣାଣୀ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଓ୍ବାସନ୍, ମହାନଗର ନିଗମ କମିଶନର ଜେ ସୋନାଲ୍, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।


